ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
by Argus News
Sat, Jul 06 | 8:21 p.m.

କେନ୍ଦ୍ରାପଡା:  ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲା ବନବିଭାଗ। ଜିଲ୍ଲାପାଳ ଓ ଡିଏଫଓ କହିଲେ ହେବ ଆକ୍ସନ.। ଧରାକୁ ସରା ମଣି ଧ୍ରୁବ ଜଙ୍ଗଲ ଜମିରେ ସ୍ବାଦ ହୋଟଲେ କରିଥିବା ନେଇ ଆସିଥିଲା ଅଭିଯୋଗ... ଭିତରକନିକା ନିକଟ ବାଙ୍କୁଆଳ ଗାଁ ଲୋକଙ୍କ ହଲ୍ଲାବୋଲ ପରେ ଏବେ ପ୍ରଶାସନ ନିଦରୁ ଜାଗିଛି.. ଉଭୟ ଜିଲ୍ଲାପାଳ ଓ ଡିଏଫଓ କହିଛନ୍ତି ତଦନ୍ତ ପରେ ଆକ୍ସନ ହେବ..  ଧ୍ରୁବ କେତେ ଜଙ୍ଗଲଜମି, କେତେ ଗୋଚର ଜମି କେତେ ଶ୍ମସାନ ଜମି ଓ କେତେ ସ୍କୁଲ ଜମିରେ ସ୍ବାଦର ବେଆଇନ ସ୍ରାମାଜ୍ୟ ବିସ୍ତାର କରିଛନ୍ତି ତାର ମାପଚୁପ  ଉଭୟ ରାଜସ୍ବ ଓ ବନବିଭାଗର ଅଧିକାରୀ  କରିବେ..

 ଅର୍ଗସ ନ୍ୟୁଜ ଏ ନେଇ ପ୍ରଥମେ ଅନୁସନ୍ଧାନ ମୁଳକ ଖବର ପରିବେଷଣ କରିଥିଲା.. ସୂର୍ଯ୍ୟ ଲେଙ୍କା ନାଁରେ ଥିବା 24 ଡିସମିଲ ଜମିକୁ ଲାଗି ଥିବା ଦେଢ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ହୋଟେଲ ଓ ଲଜ ତିଆରି କରି ଧ୍ରୁବ ରଙ୍ଗଶାଳା ଚଳାଉଥିବାର ଆସିଥିଲା ସଂଙ୍ଗୀନ ଅଭିଯୋଗ। ତେବେ ଜିଲ୍ଲାପ୍ରଶାସନ ତଦନ୍ତ କରିବାକୁ କହିବା ପରେ କେନ୍ଦ୍ରାପଡା କଂଗ୍ରେସ ବିଧାୟକ  ଧ୍ରୁବ ସାହୁଙ୍କ ନାଁରେ ଆଣିଛି ସଙ୍ଗୀନ ଅଭିଯୋଗ..  ଜଙ୍ଗଲ ବୋର୍ଡର ସଦସ୍ୟ ଥିବା ବେଳେ ନିଜ କ୍ଷମତାର ଅପବ୍ୟବହାର କରି ସୂର୍ଯ୍ୟଲେଙ୍କାଙ୍କୁ ଅବୈତନିକ ବନ୍ୟପ୍ରାଣୀ ତତ୍ବବଧାରକ ନିଯୁକ୍ତ ପାଇଁ ସୁପାରିଶ କରିଥିଲେ ଧ୍ରୁବ... ପରେ ସୂର୍ଯ୍ୟଙ୍କ ନାଁରେ ନିଜେ ଜଙ୍ଗଳ ଜମି  ଜବର ଦଖଲ କରିବା ସହ  ଜଙ୍ଗଲ ବିଭାଗରୁ ଚାନ୍ଦା ଆଦାୟ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି.. ଧ୍ରୁବଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବେଆଇନ  ସାମ୍ରାଜ୍ୟର ଉଚ୍ଛେଦ ପାଇଁ ଦାବି କରି ପଟ୍ଟାମୁଣ୍ଡାଇରେ ବିକ୍ଷୋଭ କରିଛି କଂଗ୍ରେସ। 

ରାଜନଗର ଭିତରକନିକା ଅଭୟାରଣ୍ୟ ନିକଟ ବାଙ୍କୁଆଳରେ  ସୂର୍ଯ୍ୟଙ୍କ ନାଁରେ ସ୍ବାଦ ହୋଟେଲ କରି ଜଙ୍ଗଲଜମି ଜବରଦଖଲ ସଂଙ୍ଗୀନ ଅଭିଯୋଗ ଆସିଛି  ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ନାଁରେ। ନଜି ପ୍ରଭାବ ଓ କ୍ଷମତା ବଳରେ ଜଙ୍ଗଲ ଜମି ଜବର ଦଖଲ କରିଥିଲେ ବି ଦୀର୍ଘ ଦିନ ଚୁପ ବସିଛି ଜିଲ୍ଲା ପ୍ରଶାସନ ଓ ବନବିଭାଗ।  ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ ବୋଲି ଦଳର  ନେତା କହୁଥିଲେ ବି ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀ ହି ଏହାକୁ ଭୁଲ ପ୍ରମାଣିତ କରିଛି.. ଏଠି ପ୍ରଶ୍ନ  କାହିଁକି ଚୁପ ବିଜେଡି ମୁଖିଆ।   ନବୀନ ନିବାସର କେଉଁ କୋଣରେ ନବୀନ। ତାଙ୍କ ପାଖେ ବିଜେଡି ବିଧାୟକଙ୍କୁ ଏ କେଳେଙ୍କାରୀର ଖବର ଅଛି ନା ନାହିଁ.. ଯଦି ଅଛି କେବେ ଧ୍ରୁବଙ୍କ ବିରୋଧରେ ଆକ୍ନନ ନେବେ ନବୀନ`।

ଇସ୍ରାଏଲ ଆଟାକ୍
5m ago
ହିଜବୁଲ୍ଲା ବିନାଶ ମୋଡରେ ଇସ୍ରାଏଲ,ହିଜବୁଲ୍ଲା କମାଣ୍ଡର ନସରୁଲ୍ଲା ପରେ ସୈଫଉଦ୍ଦିନ୍ ନିପାତ!
ଅର୍ଗସ ବ୍ୟୁରୋ:ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ,ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡରଙ୍କୁ ଖୋଜି ଖୋଜି ଧ୍ବସ କରୁଛି ଇସ୍ରାଏଲୀ ସେନା,ହିଜବୁଲ୍ଲାର ହର୍ତ୍ତା କର୍ତ୍ତା ନସରୁଲ୍ଲାର ଜନାଜ
ଇସ୍ରାଏଲ୍ ଆକ୍ରମଣ
6m ago
ଦିନ ଗଡୁଛି , ବଢୁଛି ଯୁଦ୍ଧ
ଅର୍ଗସ ବ୍ୟୁରୋ: ଦିନ ଗଡୁଛି , ବଢୁଛି ଯୁଦ୍ଧ । ହିଜବୁଲ୍ଲା ଉପରେ ଆକ୍ରମଣ ଆହୁରି ଜୋର କରିଛି ଇସ୍ରାଏଲ୍ । ବିରୁଟ୍ ଉପରେ ବୋମା ମାଡ ଜାରି ରହିଛି । ଇରାନ୍‌ର ସୁପ୍ରିମ ଲିଡର
ଯୁବକ ଗିରଫ
56m ago
ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣ