ବାୟୁସେନା ଏୟାର୍ ସୋ ବେଳେ ଅଘଟଣ, ହିଟଷ୍ଟ୍ରୋକରେ ୫ ଦର୍ଶକଙ୍କ ମୃତ୍ୟୁ 
by Argus News
Mon, Oct 07 | 10:31 a.m.

ଅର୍ଗସ ବ୍ୟୁରୋ: ଚେନ୍ନାଇରେ ବାୟୁସେନା ଏୟାର୍ ସୋ ବେଳେ ଅଘଟଣ । ହିଟଷ୍ଟ୍ରୋକରେ ୫ ଦର୍ଶକଙ୍କ ମୃତ୍ୟୁ । ସେହିପରି ୨ଶହରୁ ଅଧିକ ଅସୁସ୍ଥ ହୋଇ ଡାକ୍ତରାଖାନାରେ ଚିକିତ୍ସିତ ହେଉଛନ୍ତି । ଭୀଷଣ ଖରା, ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଅସମ୍ଭବ ଭିଡ଼ ଯୋଗୁଁ ୨ ଶହରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ସେହିପରି ଟ୍ରାଫିକ ପରିଚାଳନାରେ ଅବ୍ୟବସ୍ଥା ଓ ପିଇବା ପାଣି ସୁବିଧା ନଥିବା ନେଇ ଅଭିଯୋଗ ହୋଇଛି । 

ଚେନ୍ନାଇର ମରିନା ବିଚରେ ଏୟାର ସୋ ହୋଇଥିଲା । ଏଥିରେ ସାମିଲ ହୋଇଥିଲ ଲଢୁଆ ଯୁଦ୍ଧବିମାନ ସୁଖୋଇ-30 ସହ ସାରଙ୍ଗ ହେଲିକପ୍ଟର।  ଆସନ୍ତାକାଲି ୯୨ତମ ଏୟାର ଫୋର୍ସ ଡେ ଅବ୍ୟବହିତ ପୂର୍ବରୁ ଏହି ଏୟାର ସୋ ଆୟୋଜିତ ହୋଇଛି। ଏଥିରେ ସାମିଲ ହୋଇଥିଲେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂହ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ । ମରିନା ବିଚରେ ଏୟାର ସୋ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା। ପ୍ରାୟ ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ ରେକର୍ଡରେ ସାମିଲ ହେବାକୁ ଲକ୍ଷ୍ୟ ରଖାଯାଇଥିଲା । ଏୟାର ସୋ ଦିନ ୧୧ଟାରେ ଅପରାହ୍ଣ ୧ଟା ଯାଏଁ ଆୟୋଜନ ହୋଇଥିଲେ ବି, ଲୋକମାନେ ସକାଳ ୮ଟାରୁ ଭିଡ଼ ଜମାଇଥିଲେ ।

ଆହୁରି ପଢନ୍ତୁ ଭାରତ ଖବର...

ଧନିଆ
ଧନିଆ ପାଣି ଶରୀରକୁ ଏପରି କରିଦେ..
ନୂଆଦିଲ୍ଲୀ: ରୋଷେଇ ଘରେ ଥିବା ଧନିଆ ଏପରି ଏକ ମସଲା ଯାହା ବିଭିନ୍ନ ହିତକର କାର୍ଯ୍ୟରେ ଲାଗିଥାଏ। ଧନିଆର ମଞ୍ଜି ଏବଂ ଧନିଆ ପତ୍ର ଉଭୟର ବହୁଳ ଭାବେ ବ୍ୟବହାର କରାଯାଇଥାଏ।
NIA SHARMA
ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା, କହିଲେ...
ଅର୍ଗସ ବ୍ୟୁରୋ: ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା। ‘ବିଗ୍‌ବସ୍‌ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇ ପାରୁ ନାହିଁ ବୋଲ
ଗଞ୍ଜେଇ ଜବତ
speed 10; ସ୍କ୍ରୋଲ୍ କରନ୍ତୁ , ଖବର ପଢନ୍ତୁ...
ଫଳ ଗାଡ଼ିରେ ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ...ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ..1.61 କୋଟିର ଗଞ୍ଜେଇ ଜବତ...3