ଜଗା ଦର୍ଶନ ସାରି ଫେରିବା ବେଳେ ଭାଟ ବନ୍ଧ ନିକଟରେ ଓଲଟିଲା ଗାଡି
by Argus News
Tue, Jul 09 | 11:57 a.m.

ଭୁବନେଶ୍ୱର: ଜଗା ଦର୍ଶନ ସାରି ଫେରିବା ବେଳେ ଗାଡ଼ି ଦୁର୍ଘଟଣା । ୯ ଆହତ ଜଣେ ଗୁରୁତର । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ଗ୍ରାମରୁ ଗତକାଲି ରାତିରେ ୨ଟା ବେଳେ ଟାଟା ମେଜିକ ଗାଡ଼ିରେ ପ୍ରାୟ ୨୦ଜଣ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ବିଳମ୍ବିତ ରାତିରେ ଠାକୁରଙ୍କ ପହଡ଼ ପଡ଼ିଯାଇଥିଲା । ଭୋରୁ ଦର୍ଶନ ସାରି ଘରକୁ ଫେରିବା ସମୟ ନିମାପଡ଼ା ଥାନା ଭାଟ ବନ୍ଧ ନିକଟରେ ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ଗୋଟିଏ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । 

ଗାଡ଼ିଟି ୩ ରୁ ୪ ଗଡ଼ା ଦେଇ ସେମାନଙ୍କ ମୁଣ୍ଡ , ମୁହଁ, ହାତ , କାନ୍ଧ , ପିଠିରେ ଆଘାତ ଲାଗିଛି । ପଛରେ ଆସୁଥିବା ଅନ୍ୟ ଗାଡ଼ିରେ ସମସ୍ତ ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । 

ସମସ୍ତ ଯାତ୍ରୀ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ । ୯ ଜଣ ଆହତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି । ସେ ହେଲେ ଛବି ଲତା ବାରିକ । 

ଆହୁରି ପଢନ୍ତୁ ଓଡିଶା ଖବର...
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା