ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ପେଣ୍ଡାଲ ସମେତ ଶକ୍ତିପୀଠ
by Argus News
Sun, Oct 06 | 5:36 p.m.

କଟକ: ପାର୍ବଣକୁ ନେଇ ସରଗରମ ସିଲଭର ସିଟି । ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ପେଣ୍ଡାଲ ସମେତ ଶକ୍ତିପୀଠ । କଟକ ମାଛୁଆ ବଜାରର ଅନ୍ୟତମ ପୂଜା ମଣ୍ଡପ ସର୍ପା ଦୁର୍ଗା ମଣ୍ଡପ । କେବେଠୁ ଏହି ମଣ୍ଡପରେ ଆରମ୍ଭ ହୋଇଛି ପୂଜା,  କଣ ରହିଛି ମଣ୍ଡପର ଇତିହାସ ଦେଖନ୍ତୁ ରିପୋର୍ଟ ।  କଟକର ଆଉ ଏକ ସର୍ବ ପୁରାତନ ପୂଜା ମଣ୍ଡପ ହେଉଛି କଟକ ବକ୍ସିବଜାର ସର୍ପା ଦୁର୍ଗା ମଣ୍ଡପ ।

ଇତିହାସ କୁହେ 1752 ମସିହାରେ  ମୁର୍ସିଦାବାଦର  ତତ୍କାଳୀନ ରାଜା ତଥା ଜମିଦାର ସ୍ବରୂପ ଚନ୍ଦ୍ର ଦାସ କଟକ ଆସି  ଏଠାରେ ପୂଜା ଆରମ୍ଭ କରିଥିଲେ । ଆଜିକୁ 2 ଶହ 72 ବର୍ଷ ହେବ  ମା ଏଠାରେ ପୂଜା ପାଇ ଆସୁଛନ୍ତି। ପ୍ରଥମେ ଏକ ଘରେ ଘଟ ସ୍ଥାପନ କରି ଘରୋଇ ପୂଜା ରୂପରେ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୫୦ ମସିହା ବେଳକୁ ୭ ସାହି ଏକାଠି ହୋଇ ମାଙ୍କ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ କରିଥିବା ଜଣାପଡିଛି । ତେବେ ଏହି ମଣ୍ଡପରେ ବେଙ୍ଗଲି ପାଞ୍ଜି ଓ ପରମ୍ପରା ଅନୁଯାୟୀ ପୂଜା ଅର୍ଚ୍ଚନା କରା ଯାଇଥାଏ ବୋଲି କହିଛନ୍ତି ପୂଜା ମଣ୍ଡପର ସମ୍ପାଦକ। 

 ମଣ୍ଡପରେ ଷଷ୍ଠୀ ଠାରୁ ବେଲ୍ବ ବରଣୀ କରି ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ।  ଦଶମୀ ଦିନ ମା ଙ୍କ ପୂଜା ଅର୍ଚ୍ଚନା କରାଯାଇ ସେହି ଦିନ ଅର୍ଥାତ ଦଶମୀରେ ହିଁ ମା ଙ୍କୁ ମେଲାଣି ଦିଆଯାଇଥାଏ ବୋଲି କହିଛନ୍ତି କର୍ମକର୍ତ୍ତା । କଟକର ଅଧିକାଶଂ ପୂଜା ମଣ୍ଡପରେ ଦୁର୍ଗାଙ୍କୁ ମା ରୂପରେ ପୂଜା କରାଯାଇଥାଏ । ମାତ୍ର ଏଠାରେ ମାଙ୍କୁ ଝିଅ ରୂପରେ ପୂଜା କରାଯାଇଥାଏ ।  ଦଶମୀ ତିଥିରେ ସିନ୍ଦୁର ଖେଳ ପରେ ମା ଦୁର୍ଗାଙ୍କୁ ଝିଅ ରୂପରେ ବିଦାୟ ଦିଆଯାଇଥାଏ । ବିଦାୟ ବେଳେ ମାଙ୍କ ଆଗରେ ଖଇ ପକାଇ ବିଦାୟ ଦିଆଯାଏ। ମା ଙ୍କ ବିସର୍ଜନ ସରିବା ପରେ ମଣ୍ଡପରେ ଶାନ୍ତି ପାଣି ପୂଜା କରାଯାଇ ରୀତିନୀତି ସମ୍ପର୍ଣ୍ଣ କରାଯାଏ ବୋଲି କହିଛନ୍ତି କର୍ମକର୍ତ୍ତା। 
 

ମ୍ୟାଚ
49m ago
ଆଇସିସି ମହିଳା ଟି-୨୦ ବିଶ୍ୱକପ, ଭାରତ ଜିତିଲା ପ୍ରଥମ ମ୍ୟାଚ
ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ଜିତିଲା ପ୍ରଥମ ମ୍ୟାଚ । ଭାରତ ପାକିସ୍ତାନକୁ ୬ ୱିକେଟରେ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚର
ବେଆଇନ୍ ମେଡିସିନ୍
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ