ବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତି-ସିଦ୍ଧାର୍ଥ
by Argus News
Wed, Mar 27 | 7:10 p.m.

ଅର୍ଗସ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ଆଦିତି ରାଓ ହାଇଦରୀ ଏବଂ ଅଭିନେତା ସିଦ୍ଧାର୍ଥ। କିଛି ବର୍ଷ ହେବ ଦୁହେଁ ପରସ୍ପରରୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଖବର ଅନୁଯାୟୀ, ଦୁହେଁ ତେଲେଙ୍ଗାନାର ରଙ୍ଗନାଥ ସ୍ବାମୀ ମନ୍ଦିରରେ ବିବାହ କରିଛନ୍ତି । ଆଦିତି ଏବଂ ସିଦ୍ଧାର୍ଥଙ୍କ ବିବାହରେ କେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ଅଂଶଗ୍ରହଣ କରିଥିଲେ।

କୁହାଯାଉଛି ଯେ, ଆଦିତି ଏବଂ ସିଦ୍ଧାର୍ଥ ସେମାନଙ୍କର ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତାମିଲନାଡୁର ପୁରୋହିତମାନଙ୍କୁ ସେମାନଙ୍କ ବିବାହ ପାଇଁ ଡକାଯାଇଥିଲା, ଯେଉଁଠାରେ ଉଭୟେ ବିବାହ କରିଥିଲେ।

ତେବେ ଦେଖିବାକୁ ଗଲେ ଉଭୟ ଆଦିତି ଓ ସିଦ୍ଧାର୍ଥ ପୂର୍ବରୁ ବିବାହିତ ଥିଲେ। ଏହା ସେମାନଙ୍କ ଦ୍ବିତୀୟ ବିବାହ। ଆଦିତି ଏହା ପୂର୍ବରୁ ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ହେଲେ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା। ସେହିଭଳି ସିଦ୍ଧାର୍ଥ ମେଘନା ନାରାୟଣଙ୍କୁ ୨୦୦୩ରେ ବିବାହ କରିଥିଲେ। ହେଲେ ୨୦୦୭ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।

ଦୁହେଁ ଏପର୍ଯ୍ୟନ୍ତ ବିବାହ କରିଥିବା ନେଇ କୌଣସି ଅଧିକାରୀକ ଘୋଷଣା କରିନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍