ଅଷ୍ଟାଦଶ ଲୋକସଭାରେ ଶୁଭିବନି ବିଜେଡି ସ୍ବର
by Argus News
Mon, Jun 24 | 11:50 a.m.

ଅର୍ଗସ ବ୍ୟୁରୋ : ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡି ଦଳର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ । ଏକଥା ଆମେ କହୁନୁ ବରଂ ନବୀନଙ୍କର ଏପରି କିଛି ବୟାନ ପରେ ଚର୍ଚ୍ଚା ଲାଗି ରହିଛି । ଏବେ ନବୀନ ନିଜେ ବିଜେଡିର ନେତାମାନଙ୍କୁ ଏକାଠି ରହି କାମ କରିବାକୁ ଆହ୍ବାନ ଦେଉଛନ୍ତି । ଏବେ ବିଜେଡିକୁ ଏକାଠି କରିବା ଚିନ୍ତା ନବୀନଙ୍କୁ ଘାରିଛି । ଦିନ ଥିଲା ନବୀନଙ୍କ ଚାରିପାଖେ ଘୁରୁଥିଲେ ବିଜେଡି ନେତା । ହେଲେ ଦୀର୍ଘ ୨୭ ବର୍ଷର ଦଳକୁ ଏକାଠି ରଖି ନବୀନଙ୍କୁ କସରତ କରିବାକୁ ପଡୁଛି । 

ଅଧିକ ପଢନ୍ତୁ : ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ

୧୯୯୮ରୁ ଲୋକସଭାରେ ନିଜର ପତିଆରା ଜାହିର କରୁଥିବା ବିଜେଡି ଦଳର ଏଥର ଖାତା ଖୋଲିନଥିବା ଦେଖିବାକୁ ମିଳିଛି । ଆସନ୍ତା ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିରେ ଓଡିଶାର ୨୧ଟି ଲୋକସଭାରୁ ନିର୍ବାଚିତ ସାଂସଦ ମାନଙ୍କ ମଧ୍ୟରୁ ୨୦ ଜଣ ବିଜେପିର ଏବଂ କଂଗ୍ରେସର ଜଣେ ସାଂସଦ ଶପଥ ଗ୍ରହଣ କରିବେ । ଦୀର୍ଘ ୨୬ ବର୍ଷ ପରେ ଲୋକସଭାରେ ଶୁଭିବନି ବିଜେଡିର ସ୍ବର । ଏପରି ସ୍ଥିତିରେ ବିଜେଡି ଦଳ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି ବୋଲି ନେଇ ଚର୍ଚ୍ଚା ଜୋର ଧରିଛି । ସପଟେ ଅନେକ ବିଶେଷଜ୍ଞଙ୍କ ପୂର୍ବରୁ ଆକଳନ କରିଛନ୍ତି, କ୍ଷମତାରୁ ଗଲେ ବିଜେଡିର ସତ୍ତା ହଜିଯିବ । ଏବଂ ସେପଟେ ମାତ୍ର କ୍ଷମତାରୁ ଯିବାର ୧୭ ଦିନ ହୋଇନି ନେତାମାନଙ୍କୁ ଏକାଠି କରିବାରେ ବ୍ୟସ୍ତ ବିରୋଧୀ ଦଳର ନେତା ନବୀନ । ତେବେ ଆଗାମୀ ଦିନରେ ଦଳର ଅବସ୍ଥା କିପରି ରହିବ, ଦଳକୁ ବାନ୍ଧି ରଖିପାରିବେ କି ନବୀନ ବୋଲି ସାଧାରଣରେ ଚର୍ଚ୍ଚା ଲାଗି ରହିଛି । 


 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ