ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
by Argus News
Sat, Sep 28 | 9:40 p.m.

ଭୁବନେଶ୍ୱର:  ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ।  ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯିବ ସେନେଇ ଆଜି କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ପ୍ରିପାରେସନ ବୈଠକ। ଡିସିପି ଙ୍କ ନେତୃତ୍ୱ ଏହି ବୈଠକ ରେ ଭୁବନେଶ୍ୱର ୟୁପିଡି ର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ, ଏସିପି, ଆଇଆଇସି ଓ ଏସଆଇ ଯୋଗଦେଇ ଥିଲେ॥  ପୂଜା ସମୟ ରେ ଯେଉଁ ସବୁ ସମସ୍ୟା ଉପୁଜି ଥାଏ ତାକୁ କିଭଳି ସୁଚାରୁ ରୂପେ ସମାଧାନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପୋଲିସ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ରହିବ।

ଯେଉଁ ସବୁ ସ୍ଥାନରେ ଟ୍ରାଫିକ  ସମସ୍ୟା ଦେଖାଯାଏ ସେସବୁ ସ୍ଥାନରେ ବାରିକେଡ଼ କରିବା ସହ ଅଧିକ ପରିମାଣରେ ଟ୍ରାଫିକ ପୋଲିସ ମୁତୟନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପୂଜା ସମୟ ରେ ରାଜ୍ୟ ବାହାର ଅପରାଧୀ ମାନେ ଆକ୍ଟିଭ ହେବାର ନଜର ରହିଛି। ସେଥିପାଇଁ ସବୁ ଥାନାକୁ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ପୂଜା ମଣ୍ଡପ ଗୁଡିକରେ ଛିନତାଇ ହେବାର ନଜିର ଥିବାରୁ ସାଧା ପୋଷାକ ଧାରୀ ପୋଲିସ ମୁତୟନ ରଖିବାକୁ କୁହାଯାଇଛି। ପୂଜା ସମୟ ରେ ଗତବର୍ଷ ଲୁଟେରାଙ୍କ ଦୌରାତ୍ମ ଦେଖିବାକୁ ମିଳିଥିଲା। ସେଥିପାଇଁ ପୋଲିସ ପେଟ୍ରୋଲିଂ କଡାକଡି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ