ଚେନ୍ନାଇରେ ପ୍ରଥମ ପତ୍ନୀ, ଓଡ଼ିଶାରେ ଦ୍ୱିତୀୟ ସ୍ତ୍ରୀ : ଶାଶୁ ରମାଙ୍କୁ ହତ୍ୟା କରି ଫେରାର ଥିଲା ଜ୍ବାଇଁ
by Argus News
Tue, Dec 26 | 4:46 p.m.

ଅର୍ଗସ ବ୍ୟୁରୋ : ଦୀର୍ଘ ୨୮ବର୍ଷ ପରେ ଚେନ୍ନାଇର ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ହରିହର ପାଟ୍ଟଯୋଶୀ ବ୍ରହ୍ମପୁରରୁ ଗିରଫ । ବ୍ରହ୍ମପୁରର ହରିହର ପାଟ୍ଟଯୋଶୀ ନିଜ ଶାଶୁ ରମାଙ୍କୁ ଏକ ଛୁରୀ ସାହାଯ୍ୟରେ ହତ୍ୟା କରି ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ଅଭିଯୁକ୍ତଙ୍କ ସ୍ତ୍ରୀ ଇନ୍ଦିରା ଚେନ୍ନାଇର ଆଡାମ୍ବାକାମ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ହତ୍ୟାକାଣ୍ଡର ଅଭିଯୁକ୍ତକୁ ୨୮ ବର୍ଷ ପରେ ଚେନ୍ନାଇ ଏବଂ ବ୍ରହ୍ମପୁର ଗୋଶାଣୀନୁଆଗାଁ ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ ବ୍ରହ୍ମପୁରରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି ବ୍ରହ୍ମପୁର ଏସପି.ଡା.ଶର୍ବଣା ବିବେକ ଏମ ।

ସୂଚନା ମୁତାବକ, ଅଭିଯୁକ୍ତ ହରିହର ପାଟ୍ଟଯୋଶୀ ଚେନ୍ନାଇର ଏକ ପ୍ରଣ୍ଟିଙ୍ଗ ପ୍ରେସରେ କାମ କରୁଥିଲେ । ସେହି ସମୟରେ ଟେଲି ମାର୍କେଟିଂ କମ୍ପାନୀରେ କାମ କରୁଥିବା ଇନ୍ଦିରାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କର ବିବାହର ରୂପ ନେଇଥିଲା । ଅର୍ଥାତ ୧୯୯୪ ଜୁଲାଇ ୧୪ ତାରିଖରେ ଇନ୍ଦିରାଙ୍କୁ ପ୍ରେମ ବିବାହ କରିଥିଲେ ହରିହର । ବିବାହ ପରେ ଉଭୟଙ୍କ ଭିତରେ ସମ୍ପର୍କ ଭଲ ଥିଲା । ହେଲେ ହଠାତ୍‌ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଲା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତୀକ୍ତତା ଲାଗି ରହିଥିଲା । ହରିହର ଓ ଇନ୍ଦିରା ଅଲଗା ରହିଥିଲେ । ବିବାହ ବିଚ୍ଛେଦ ପାଇଁ କଥା ସ୍ଥାନୀୟ ଫ୍ୟାମିଲି କୋର୍ଟକୁ ଯାଇଥିଲା । ମାମଲା କୋର୍ଟରେ ବିଚାରାଧୀ ଥିବା ବେଳେ 1998 ଅଗଷ୍ଟ 9 ତାରିଖରେ ହରିହର ନିଜ ଶ୍ୱଶୁର ଘରେ ପଶିଥିଲେ । ଆଉ ଶାଶୁ ରମା, ପତ୍ନୀ ଇନ୍ଦିରା ଓ ଶଳା କାର୍ତ୍ତିକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ହେଲେ ହରିହର ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ କରି ଗୁଜରାଟର ସୁରତ ପଳାଇ ଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେଠାରେ ଛଦ୍ମବେଶରେ ଏକ କମ୍ପାନୀରେ କାମ କରୁଥିଲେ । ମାମଲା ଥଣ୍ଡା ହେବା ପରେ ୨୦୦୧ ମସିହାରେ ହରିହର ସୁରତରୁ ଆସିକା ଆସିଥିଲେ । ସେ ଆଉ ଜଣଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ପରେ ସେ ବ୍ରହ୍ମପୁରରେ ଏକ ମସଲା କମ୍ପାନୀରେ କାମ କରୁଥିଲେ । ବ୍ରହ୍ମପୁରରେ ଥିବା ମସଲା କମ୍ପାନୀ ଛାଡ଼ି କେନ୍ଦ୍ରାପଡ଼ାରେ ଏକ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ । ସେଠାରେ କିଛି ଦିନ କାମ କରିବା ପରେ ପୁଣି ଥରେ ବ୍ରହ୍ମପୁର ଫେରିଥିଲେ ହରିହର । ସେ ଏଠାରେ ଏକ ଚିଟଫଣ୍ଡ କମ୍ପାନୀରେ ମ୍ୟାନେଜର ଭାବେ କାମ କରିଥିଲେ । ଏ ସମ୍ପର୍କରେ ଜାଣିବାକୁ ପାଇଥିଲା ଚେନ୍ନାଇ ପୋଲିସ । ସପ୍ତାହେ ତଳେ ଚେନ୍ନାଇ ଅଡାମ୍ବକ୍କାମ ଥାନା ପୋଲିସ ଓଡ଼ିଶା ଆସିଥିଲା । ଗୋସାଇଁ ନୂଆଗାଁ ଆଇଆଇସିଙ୍କ ଉପସ୍ଥିତିରେ ତାମିଲ୍‌ନାଡୁ ପୋଲିସ୍‌ ହରିହର ପାଟ୍ଟଯୋଶୀଙ୍କୁ ଧରିଥିଲା । 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ