ଦୀର୍ଘ ୧୫ ଘଣ୍ଟାର ଉଦ୍ୟମ ପରେ ବୋରଓ୍ବେଲରୁ ଶିଶୁକନ୍ୟା ସୁରକ୍ଷିତ ଉଦ୍ଧାର
by Argus News
Thu, Sep 19 | 12:31 p.m.

ଅର୍ଗସ ବ୍ୟୁରୋ: ରାଜସ୍ଥାନର ଦସୁଆରେ ଖୋଲା ବୋରୱେଲ ଭିତରେ ଖସି ପଡିଥିବା ୨ ବର୍ଷର ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ବୁଧବାର ଦିନ ଏହି ଘଟଣା ଘଟିଥିବା ବେଳେ ଘଟଣାକୁ ୧୫ ଘଣ୍ଟାର ଉଦ୍ୟମ ପରେ ବୋରଓ୍ବେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ଏନଡିଆରଏଫ ଟିମ ଶିଶୁଟିକୁ ବାହାର କରିବାକୁ ଆପ୍ରାଣପଣ ଉଦ୍ୟମ ଜାରି ରଖିଥିଲା। 

ବୋରୱେଲକୁ ଖସି ପଡିଥିବା ଶିଶୁ କନ୍ୟାକୁ ପ୍ରଥମେ ଅକ୍ସିଜେନ ପ୍ରଦାନ କରାଯାଇଥିଲା। ସୁରକ୍ଷିତ ଉଦ୍ଧାର ପରେ ଶିଶୁଟିକୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ତାର ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ଏନଡିଆରଏଫ୍ ପକ୍ଷରୁ କୁହାଯାଇଛି। ଝିଅକୁ ସୁରକ୍ଷିତ ପାଇବା ପରେ ପରିବାର ଲୋକ ଏନଏଡିଆରଏଫ ଟିମକୁ କୃତଜ୍ଞତା ଜଣାଇଛନ୍ତି। ବୋରୱେଲଟି ପ୍ରାୟ ୩୫ ଫୁଟ୍ ଗଭୀରର ଥିଲା। ଶିଶୁକନ୍ୟା ବାହାରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ