ଦେବାଶିଷଙ୍କ ମନ୍ତବ୍ୟ ପରେ ଚର୍ଚ୍ଚାରେ ବିଜେଡି-କଂଗ୍ରେସ ସମ୍ପର୍କ
by Argus News
Sun, Sep 22 | 7:01 p.m.

ଅର୍ଗସ ବ୍ୟୁରୋ:  କହୁ କହୁ ସର୍ବସମ୍ମୁଖରେ କଂଗ୍ରେସ ସହ ବିଜେଡିର ଭିତିରି ସମ୍ପର୍କ ଖୋଲିଦେଲେ ଦେବାଶିଷ ସାମନ୍ତରାୟ। ଦୁଇ ଦଳର ଭିତିରି ମଧୁଚନ୍ଦ୍ରିକାରେ ପୁଣି ମୋହର ଲଗାଇଲେ ସମ୍ବିତ ରାଉତରାୟ। ଦେବାଶିଷଙ୍କୁ ମନ୍ତବ୍ୟକୁ ଖୋଲାଖୋଲି କଲେ ସମର୍ଥନ। ତେବେ କଂଗ୍ରେସ ସହ ଭିତରିଆ ବୁଝାମଣାର ଅଧିକ ଖୁଲାସା ହେବା ପୂର୍ବରୁ ଦେବାଶିଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ କରିଛି ବିଜୁ ଜନତା ଦଳ। ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନ୍ୟାୟରେ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ବିଜେଡି କଂଗ୍ରେସର ନୀକଟତର ହୋଇଥିବା କଥା କାହାକୁ ଅଛପା ନାହିଁ। ଗତ ବିଧାନସଭା ଅଧିବେଶନରେ ବି ଦୁଇ ଦଳ ମଧ୍ୟରେ ଉତ୍ତମ ତାଳମେଳ ସେଆଡ଼କୁ ଇସାରା କରୁଛି। ୨୦୦୯ରେ ମଧ୍ୟ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରେ ସଂଖ୍ୟା ନଥାଇ ବି କଂଗ୍ରେସର ପରୋକ୍ଷ ସହଯୋଗରୁ ନବୀନଙ୍କ ଗାଦି ସୁରକ୍ଷିତ ରହିଥିଲା। ତେଣୁ ଦେବାଶିଷଙ୍କ କଥାର ଆଧାର ରହିଥିବା କହିଛନ୍ତି ରାଜନୀତି ସମୀକ୍ଷକ।

ବିଜେଡି ପରି କଂଗ୍ରେସ ବି ଦୁଇ ଦଳ ଭିତରେ କିଛି ସମ୍ପର୍କ ଥିବା ଉପରକୁ ଦେଖାଇବାକୁ ଚାହୁଁନାହିଁ। ସେପଟେ ଦେବାଶିଷଙ୍କ ବୟାନ ନେଇ ବିଜୁ ଜନତାଦଳକୁ ଧୋଇଛି ବିଜେପି। କହିଛି ଦିବାସ୍ବପ୍ନ ଦେଉଛନ୍ତି ବିଜେଡି ନେତା। ବିଜେଡିରୁ ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି. ବିଜେଡିର ଘର ଖାଲି ହୋଇଗଲାଣି. ତେଣୁ ଏଭଳି ମନ୍ତବ୍ୟ ଦେଇ ନିଜ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛି ବିଜେଡି। ୨୪ ବିଧାନସଭା ନିର୍ବାଚନରେ ବିଜେଡିକୁ ସରକାରରୁ ଓପାଡ଼ି ଫୋପାଡ଼ିଦେଲେ ଓଡ଼ିଶାବାସୀ। ହେଲେ କ୍ଷମତାର ନିଶା ଏପରି ଲାଗିଛି ବିଜୁ ଜନତା ଦଳକୁ ଯେଉଁ କଂଗ୍ରେସ ଶାସନକୁ ବିରୋଧ କରି ହୋଇଥିଲା ବିଜେଡିର ସୃଷ୍ଟି ଏବେ କ୍ଷମତା ପାଇଁ ସେହି ଦଳର ହାତ ଧରିବାକୁ ମଧ୍ୟ ପ୍ରସ୍ତୁତ ବିଜୁ ଜନାତା ଦଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା