ଇସ୍ରାଏଲ ଉପରେ ଇରାନର ମିଶାଇଲ୍ ଆଟାକ୍ ପରେ ସ୍ଥିତି ଭୟଙ୍କର 
by Argus News
Wed, Oct 02 | 7:13 p.m.

ଅର୍ଗସ ବ୍ୟୁରୋ:  ବଢୁଛି ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା । ଆଗାମୀ ଦିନରେ ଆହୁରି ଜୋରଦାର ଆକ୍ରମଣ କରିବ ଇସ୍ରାଏଲ । ପୂର୍ବରୁ ହୋଇଥିବା ଆକ୍ରମଣର କଡା ଜବାବ ଦେଇଥିବା ଇସ୍ରାଏଲ ଇରାନ ଆକ୍ରମଣର କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ଇସ୍ରାଏଲ ଉପରେ ଇରାନର ମିଶାଇଲ୍ ଆଟାକ୍ ପରେ ସ୍ଥିତି ଭୟଙ୍କର ରୂପ ନେଇଛି। ଏହି ଟେନସନ ଭିତରେ ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ ଜାହିର କରିଛି ଆମେରିକା। ଯାହାକୁ ନେଇ ସରଗରମ ହୋଇଛି ବୈଶ୍ବିକ ରାଜନୀତି। ଗାଜା, ଲେବାନନ ପରେ ଇରାନ ବିରୋଧରେ ବଡ଼ ଜବାବୀ ଅପରେସନ ଆରମ୍ଭ କରିବାକୁ ଯାଉଛି ଇସ୍ରାଏଲ । ଇରାନ ମିଶାଇଲ ମାଡ଼ର ବଡ଼ ପରିଣାମ ଭୋଗିବ ବୋଲି ଆମେରିକା ଚେତାବନୀ ଜାରି କରିବା ପରେ ଯୁଦ୍ଧ ସ୍ଥିତି ଭୟଙ୍କର ହେଉଛି । ଇସ୍ରାଏଲ ଅପରେସନ ଭୟରେ ଇରାନ ଆସନ୍ତାକାଲି ସଂଧ୍ୟା 5ଟା ଯାଏ ସମସ୍ତ ବିମାନ ବନ୍ଦରରୁ ଉଡାଣ ବାତିଲ କରିଛି । ଆଜି ଆମେରିକା ଓ ଇସ୍ରାଏଲ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଇସ୍ରାଏଲକୁ ସମସ୍ତ ସାମରିକ ସହାୟତା ଯୋଗାଇଦେବାକୁ ଆମେରିକା ମଧ୍ୟ ପ୍ରତିଶ୍ରୁତି ଦେଇଥିବା IDF କହିଛି ।  ଆଜି ରାତିରେ ମଧ୍ୟପ୍ରାଚ୍ୟରେ ଶକ୍ତିଶାଳୀ ଆକ୍ରମଣ ହେବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।

ସେପଟେ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଥିବା ଇରାନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଧମକ ଦେଇଛି । ଇରାନ୍ ଏକ ବଡ ଭୁଲ କରିଛି, ଏଥିପାଇଁ ମୂଲ୍ୟ ଦେବାକୁ ପଡିବ । ଯିଏ ଇସ୍ରାଏଲ ଉପରେ ଆକ୍ରମଣ କରିଛି ତା ଉପରେ ଆହୁରି ବଡ ଆକ୍ରମଣ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି । ଏପଟେ ଲେବାନନ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ବେରୁତରେ ହିଜବୁଲ୍ଲା ଆଡ୍ଡା ଉପରେ ଆଜି 6 ଥର ଜୋରଦାର ଆକ୍ରମଣ କରାଯାଇଥିବା IDF କହିଛି । ଗ୍ରାଉଣ୍ଡ ଅପରେସନ ସହ ଇସ୍ରାଏଲ ସେନା ଲେବାନନରେ ରକେଟ ମାଡ଼ ଜାରି ରଖିଛି ।  ସେପଟେ  ଜାତିସଂଘର ମହାସଚିବ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି ଇସ୍ରାଏଲ । ଇରାନ୍‍, ହିଜବୁଲ୍‌ଲା ଓ ହମାସର ଆକ୍ରମଣକୁ ନିନ୍ଦା କରିବା ବଦଳରେ ସେମାନଙ୍କୁ ସମର୍ଥନ କରାଯାଉଛି । ଏଥିପାଇଁ  ଜାତିସଂଘ ମହାସଚିବଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଇସ୍ରାଏଲ ।

ପଶ୍ଚିମ ଏସିଆ ସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଟ୍ରାଭେଲ ଆଡଭାଇଜରୀ । ଭାରତୀୟ ନାଗରିକ ବର୍ତ୍ତମାନ ସ୍ଥିତିରେ ଇରାନକୁ ନଯିବା ପାଇଁ ଆଡଭାଇଜରୀରେ କୁହାଯାଇଛି । ଏହାପୂର୍ବରୁ ଗତକାଲି ଇସ୍ରାଏଲରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଥିଲା । ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜରୁରୀ କାଳୀନ ହେଲ୍ପ ଲାଇନ ଜାରି କରାଯାଇଛି। ସେଠାରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା ସୂଚନା ମିଳିଛି ।

ହିଜବୁଲ୍ଲା ଚିଫ ହସନ ନସରଲ୍ଲାହ ହତ୍ୟାର ପ୍ରତିଶୋଧ ନେବାକୁ ଗତକାଲି ରାତିରେ ଇସ୍ରାଏଲ ଉପରେ ଶତାଧିକ ମିସାଇଲ ମାଡ଼ କରିଥିଲା ଇରାନ । ରାଜଧାନୀ ତେଲ ଅଭୀଭକୁ ଇରାନ ଟାର୍ଗେଟ କରିଥିଲା । ଇସ୍ରାଏଲ ଏୟାର ଡିଫେନସ୍ ସିଷ୍ଟମ ସହାୟତାରେ ସମସ୍ତ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିବାରେ ସମର୍ଥ ହୋଇଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର:
 

NAVEEN PATNAIK
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ
ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇ
ମାସୁମ ଖାନ
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି
ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମି
ବିଜେଡି
ଉଗ୍ର ହେଉଛି ବିଜେଡି କନ୍ଦଳ
ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲ