ଉଗ୍ର ହେଉଛି ବିଜେଡି କନ୍ଦଳ
by Argus News
Wed, Oct 02 | 8:15 p.m.

ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲା ସମୀକ୍ଷାରେ ପରସ୍ପର ବିରୁଦ୍ଧରେ ବିଷୋଦଗାର କରୁଛନ୍ତି ନେତା । ନୟାଗଡ, ଭଦ୍ରକ ପରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ସମୀକ୍ଷା ବେଳେ ଶଙ୍ଖ ଭବନରେ ସୃଷ୍ଟି ହୋଇଥିଲା ବିଷ୍ଫୋରକ ସ୍ଥିତି । ବୈଠକ ବେଳେ କଥା କଟା କଟି ସହ ମୁହାଁ ମୁହିଁ ହୋଇଥିଲେ ଶ୍ରୀମୟୀ ମିଶ୍ର ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ । ଏପରିକି ସ୍ଥିତି ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ତେବେ ଆଜି ପ୍ରତିକ୍ରିୟା ରଖି ଦଳୀୟ ବୈଠକରେ ତାଙ୍କୁ ଅସମ୍ମାନ କରାଯାଇଥିବା ପରୋକ୍ଷରେ ଅଭିଯୋଗ ଆଣିଛନ୍ତି ଶ୍ରୀମୟୀ । ସେ କହିଛନ୍ତି ଯୁଗେ ଯୁଗେ ଲେଖା ଅଛି ଯେଉଁମାନେ ମହିଳା ମାନଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି । କହିବା ଲୋକ କେବେ ବି ବଡ଼ ନୁହେଁ ମୁଁ ଭାବେ ସହିବା ଲୋକ ଟି ବଡ଼ । ତେଣୁ ସମୀକ୍ଷା ବୈଠକରେ ଯେଉଁମାନେ ନେତୃ ମଣ୍ଡଳୀ ମାନେ ଥିଲେ ସେମାନେ ତାର ତର୍ଜମା ବା ବିସ୍ଲେଶଣ କରିବା ଆବଶ୍ୟକ । ସେପଟେ ଶ୍ରୀମୟୀ କାଉଣ୍ଟର କରିଛନ୍ତି ମନ୍ମଥ ରାଉତରାୟ । ମନ୍ମଥ କହିଛନ୍ତି ଦଳରେ  ଶୃଙ୍ଖଳା କମିଛି । ଖାଲି ମହିଳା ସମ୍ମାନ ଆଶା କଲେ ହେବ ନି ସେମାନେ ବି ସମ୍ମାନ ଦେବା ଶିଖନ୍ତୁ । ଅନ୍ୟପଟେ ଦଳୀୟ କନ୍ଦଳ କୁ ସ୍ବୀକାର କରିଛନ୍ତି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ଦେବୀ କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନି । ଯେତେବେଳେ ଆମେ ସମୀକ୍ଷା କରୁଛୁ ବା ଆଲୋଚନା କରୁଛୁ ସଂଗଠନ କୁ ନେଇ ସେତେବେଳେ ଏମିତି ପ୍ରାୟ ଘଟଣା ସାମନା କୁ ଆସୁଛି । ଆଉ ସେହି ବୈଠକରେ ହିଁ ତାର ସମାଧାନ ବି କରାଯାଉଛି ।   

ଏ ସବୁ ଭିତରେ ପଦଯାତ୍ରା ଆରମ୍ଭରୁ ଗ୍ରାଉଣ୍ଡରେ ବି ଫାଳ ଫାଳ ହୋଇଛି ବିଜେଡି ସଙ୍ଗଠନ, ସମାନ୍ତରଳ ସଭା କରି ଶକ୍ତି ପ୍ରଦର୍ଶନ କରିଛନ୍ତି ପରସ୍ପର ଗୋଷ୍ଠୀ । ନବୀନ ପଟ୍ଟନାୟକ ଭୁବନେଶ୍ବର ନେତାଜୀ ପଡିଆରୁ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଉପସ୍ଥତି ଥିଲେ ଦଳର ବିଧାୟକ ମେୟର ଓ ସମସ୍ତ କର୍ପୋରେଟର କିନ୍ତୁ ଦଳର ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଅନୁପସ୍ଥିତ ରହିଥିଲେ । ଯାହାକୁ ନେଇ ଅମରେଶ ନାଁ ନ ନେଇ ଅନନ୍ତ ଜେନା ଓ ଅଶୋକ ପଣ୍ଡାଙ୍କୁ ଦୋଷାରୋପ କରିଛନ୍ତି । ଏହି ଦୁଇ ନେତା ଭୁବନେଶ୍ବର ସଙ୍ଗଠନର ସର୍ବେସର୍ବା ଭାବୁଥିବାରୁ ସେମାନଙ୍କୁ ବୈଠକକୁ ଡାକି ନାହାନ୍ତି ବୋଲି କହିଛନ୍ତି ଅମରେଶ । ଯାହାର ଜବାବ ରଖିଛନ୍ତି ଅଶୋକ ପଣ୍ଡାଙ୍କ ସମର୍ଥିତ କରପୋରେଟର । ସେହପରି ବଡଚଣାରୁ ବି ଆସିଛି ସମାନ ଦୃଶ୍ୟ । ବିଧାୟିକା ପ୍ରାର୍ଥି ଥିବା ବର୍ଷା ପ୍ରିୟ ଦର୍ଶୀନି, ବରିଷ୍ଠ ନେତା ଅମର ଶତପଥୀ ଓ ଅନ୍ୟ ନେତା ମାନେ ସମାନ୍ତରଳ ଭାବେ ଭିନ୍ନ ଭିନ୍ନ ପଦଯାତ୍ରା କରିଥିବା ଦେଖିବାକୁ ମିଳିଛି । 

 ଶାସନରେ ଥିବା ସମୟରେ ଦଳୀୟ ନେତାଙ୍କ ଅସନ୍ତୋଷ କି ପରାମର୍ଶ ବାହାରକୁ ଆସିବାକୁ ଦେଉନଥିଲେ ନବୀନ । ସୁପ୍ରିମୋଙ୍କ ପାଖରେ ପହଞ୍ଚି ନିଜ କଥା ରଖିବା ବି ବିଜେଡି ନେତାଙ୍କ ପାଇଁ ସମ୍ଭବ ନଥିଲା । ନବୀନଙ୍କ ନିକଟରେ ରହି ନିର୍ଦ୍ଧିଷ୍ଟ କୋଟେରୀ ଦ୍ବାରା ଦଳ ଚଳାଉଥିବା ଭି.କେ ପାଣ୍ଡିଆନ୍ । କଳ ବଳ କୌଶଳ ଲଗାଇ ନେତାଙ୍କ ସ୍ବରକୁ ଚାପି ଦେବାରେ ସକ୍ଷମ ହେଉଥିଲେ । କିନ୍ତୁ ବର୍ତ୍ତମାନ ନିର୍ବାଚନ ପରାଜୟ ପରେ ନବୀନଙ୍କ ସାମ୍ନାରେ ନେତାଙ୍କ ହାତାହାତି ପରିସ୍ଥିତି ବାୟନ କରୁଛି ଯେ ନବୀନଙ୍କ ହାତରୁ କମାଣ୍ଡ ଖସିବାରେ ଲାଗିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

 

NAVEEN PATNAIK
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ
ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇ
ମାସୁମ ଖାନ
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି
ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମି
ବିଜେଡି
ଉଗ୍ର ହେଉଛି ବିଜେଡି କନ୍ଦଳ
ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲ