ନକଲି ଶିକ୍ଷକଙ୍କ ପୋଲ ଖୋଲିବା ପରେ ଛୁଟି ନେଇ ଗାୟବ ଶିକ୍ଷକ
by Argus News
Sun, Jul 28 | 8:09 a.m.

ଅର୍ଗସ ବ୍ୟୁରୋ:  ନକଲି ଶିକ୍ଷକଙ୍କ ପୋଲ ଖୋଲିବା ପରେ କିଏ ଇସ୍ତଫା ଦେଉଛି ତ ଆଉ କିଏ ଛୁଟି ନେଇ ଗାୟବ । ଅର୍ଗସ ନକଲି ଶିକ୍ଷକଙ୍କ ପର୍ଦ୍ଦାପାସ କରିବା ପରେ ନକଲି ଶିକ୍ଷକ ଏଭେ ଅଣ୍ଡରଗ୍ରାଉଣ୍ଡ । ବରଗଡ଼ ବରପାଲି ବ୍ଲକ ପିପିଲିପାଲି ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ମିଲନ କୁମ୍ଭାର ଗତ 18 ତାରିଖରୁ ଛୁଟି ନେଇ ଛୁ । ନକଲି ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ।  ସେହାପରୀ କାଇଁଶିର୍ ଆଶ୍ରମ ସ୍କୁଲର ଶିକ୍ଷକ ରୋହିତ କୁମାର ଭୁଏ ମଧ୍ୟ 18 ତାରିଖରୁ ଛୁଟି ନେଇ ସ୍କୁଲ ଆସୁନାହାଁନ୍ତି । ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ନକଲି ଶିକ୍ଷକଙ୍କୁ ଧରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକରେ ନିଯୁକ୍ତ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ଆରମ୍ଭ ହୋଇଛି ।  65 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିବା କହିଛନ୍ତି ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚଢାଉ
29m ago
ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢାଉ
ବାଲେଶ୍ଵର : ବାଲେଶ୍ଵର ଗ୍ରାମ ନିର୍ମାଣ ମଣ୍ଡଳ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସର ଚଢ଼ାଉ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ
ଜମି ହଡ଼ପ ଷଡ଼ଯନ୍ତ୍ର
43m ago
ପୂର୍ବ ବିଜେଡି ସରକାରରେ ଅସାଧୁ କର୍ମଚାରୀଙ୍କ ଜମି ହଡ଼ପ ଷଡ଼ଯନ୍ତ୍ର
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଗୋଟିଏ ପରେ ଗୋଟିଏ ଖୋଲୁଛି ଜମି ଦୁର୍ନୀତିର ପୋଲ୍ । ପଦାରେ ପଡୁଛି ଗରିବ ଭୂମିହୀନଙ୍କ ତଣ୍ଟି ଚିପି, କମ୍ପାନୀ ହାତକୁ ଜମି ଟେକିଦେବା
ବ୍ୟାଙ୍କରେ ନିଆଁ
47m ago
ବ୍ୟାଙ୍କରେ ଲାଗିଲା ନିଆଁ,  କାଗଜପତ୍ର ସହ  କମ୍ପ୍ୟୁଟର ଜଳିଗଲା
କେନ୍ଦୁଝର: ବ୍ୟାଙ୍କରେ ଲାଗିଲା ନିଆଁ । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଶାଖ