ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଖେଳାଳି 
by Argus News
Thu, Jul 04 | 11:38 a.m.

ନୂଆଦିଲ୍ଲୀ:  ହୋଟେଲ୍ ITC ମୋର୍ଯ୍ୟରେ କେକ୍ କାଟିଲେ କ୍ରିକେଟର । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଖେଳାଳି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନେ ମୁମ୍ବାଇ ଅଭିମୁଖେ ଉଡାଣ ଭରିବେ । ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ଖେଳାଳୀ ଖୋଲା ବସରେ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ବିଶ୍ବକପ ଟ୍ରଫି ଦେବେ ଅଧିନାୟକ ରୋହିତ ଶର୍ମା ।... ସ୍ବଦେଶକୁ ଫେରନ୍ତା ଟିମ୍ ଇଣ୍ଡିଆକୁ ଗ୍ରାଣ୍ଡ ଓ୍ବେଲକମ୍ । ନୂଆ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କଲେ ହଜାର ହଜାର ଫ୍ୟାନ୍ । ହରିକେନ୍ ଯୋଗୁଁ ଫସି ରହିଥିବା ଟିମ୍ ଇଣ୍ଡିଆର ଖେଳାଳିମାନେ ଆଜି ସ୍ବତନ୍ତ୍ର ବିମାନରେ ପହଞ୍ଚିଥିଲେ । ସେମାନଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଭିଡ ଜମିଥିଲା ।

ବିମାନବନ୍ଦର ବାହାରେ ଷ୍ଟାଡିୟମର ଭ୍ରମ ସୃଷ୍ଟି ହୋଇଥିଲା । ଟ୍ରଫି ସହ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ତାଳି ମାରି ସ୍ବାଗତ ଜଣାଇଥିଲେ ଫ୍ୟାନ୍ ।...ବାତ୍ୟା ପାଇଁ ବାର୍ବାଡୋସରେ ପଶି ରହିଥିଲା ଟିମ୍ ଇଣ୍ଡିଆ । ଯେଉଁଥିପାଇଁ ଖେଳାଳୀଙ୍କର ସ୍ବଦେଶ ଫେରିବାରେ ବିଳମ୍ବ ହୋଇଥିଲା । ବାତ୍ୟାରେ ଫଶିଥିବା ଟିମ୍ ଇଣ୍ଡିଆର ଖେଳାଳୀଙ୍କ ପାଇଁ ବାର୍ବାଡୋସକୁ ସ୍ବତନ୍ତ୍ର ବିମାନ ପଠାଇଥିଲା ବିସିସିଆଇ ।  ଏହି ବିମାନରେ ଖେଳାଳୀଙ୍କ ସହ ସହଯୋଗୀ ଷ୍ଟାଫ୍, ଖେଳାଳୀଙ୍କ ପରିବାର ସଦସ୍ୟ, ବିସିସିଆଇର କିଛି ସଦସ୍ୟ, ଭାରତୀୟ ଗଣମାଧ୍ୟମର କିଛି ସଦସ୍ୟ ଭାରତ ଫେରିଛନ୍ତି । ଚଳିତ ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ବକପ ଚାମ୍ପିୟନ ହୋଇଛି ଭାରତୀୟ ଦଳ ।  

ଅଧିକ ପଢନ୍ତୁ କ୍ରୀଡା ଖବର 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା