ରଥରେ ଚନ୍ଦନ ଜଳ ସିଞ୍ଚନ କରି ଗଜପତି କଲେ ଛେରାପହଁରା
by Argus News
Sun, Jul 07 | 4:06 p.m.

ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ମହାପ୍ରଭୁଙ୍କ ଛେରା ପହଁରା ନୀତି। ରଥରେ ଚନ୍ଦନ ଜଳ ସିଞ୍ଚନ କରନ୍ତି ଗଜପତି। ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି। ଆଳତୀ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ନେଲେ ଗଜପତି। ପ୍ରଥମେ ଛେରାପହଁରା ନୀତି ପରେ ଖୋଲା ହୁଏ ଚାର ମାଳ। ତାଳଧ୍ବଜ ରଥରେ ଚାଲିଛି ଛେରାପହଁରା ନୀତି। ଗଜପତି ହେଉଛନ୍ତି ଆଦ୍ୟ ସେବକ ବା ପ୍ରଧାନ ସେବକ। 

ଏହାପରେ ମା' ସୁଭଦ୍ରାଙ୍କ ରଥରେ ଛେରାପହଁରା ହେବ। ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛେରାପହଁରା କରାଯିବ। ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ କରନ୍ତି ଛେରାପହଁରା। ଏହି ଛେରାପହଁରା ନୀତି ସୂଚେଇ ଦିଏ ସମସ୍ତେ ସମାନ। କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା ଛେରାପହଁରା ନୀତି। କନକଦୁର୍ଗା, ବିଷ୍ଣୁ, ଶିବ, ସୂର୍ଯଙ୍କ ଉପାସନା କରନ୍ତି ଗଜପତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ