ବିକେଡିର ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା ପରେ ଦଳରେ ତୀବ୍ର ଅସନ୍ତୋଷ
by Argus News
Thu, Mar 28 | 9:33 p.m.

ରାୟଗଡା: ବିକେଡିର ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା ପରେ ଏବେ ଜିଲ୍ଲାରେ ବିଜେଡିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ପୂର୍ବରୁ ଦଳୀୟ ନେତୃତ୍ୱକୁ ଜାହିର କରିବା ନିମନ୍ତେ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବାର ଦୁଇ ଗୋଷ୍ଠୀ ପରସ୍ପରର ଶକ୍ତି ପ୍ରଦର୍ଶନ କରି ଆସୁଥିଲେ । କିନ୍ତୁ ଗତକାଲିର ଟିକେଟ ଘୋଷଣା ପରେ ଦଳ ମଧ୍ୟରେ ଦେଖା ଦେଇଛି ତୀଵ୍ର ଅସନ୍ତୋଷ । ଗୋଟିଏ ଗୋଷ୍ଠୀ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଟିକେଟ ମିଳିଥିବାରୁ ଆନନ୍ଦ ଉଲ୍ଲାସ ମାନାଉଥିବା ସମୟରେ ,ଅନ୍ୟ ବିରୋଧୀ ଗୋଷ୍ଠି ଏବେ ଦଳ ଛାଡି ବିରୋଧକୁ ଓହ୍ଲାଇଛନ୍ତି । ତେବେ ଆଗାମୀ ନିର୍ବଚନରେ ଏହି ଦଳ ବିରୋଧୀ ସ୍ୱର ରାୟଗଡା ଜିଲ୍ଲାରେ ବିଜେଡିକୁ ହାର ଶିକାର କରିବାକୁ ପଡିବ ନାହିଁ ତ ? ଯାହାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି । 

ଏହାର ଫାଇଦା ଉଠାଇବେ କି ବିଜେପି ଓ କଂଗ୍ରେସ ଦଳ । ଅନ୍ୟପକ୍ଷରେ ଆଜି ରାୟଗଡା ଜିଲ୍ଲା ବିଜେଡି ସଭାପତିଙ୍କ ଗୋଷ୍ଠୀର ବରିଷ୍ଠ ସଙ୍ଗଠକ କଣ୍ଡାବାବୁ ଏକ ସାମ୍ବାଦିକ ସମ୍ମଳନୀ ରଖି କହିଛନ୍ତି କି ଜିଲ୍ଲାରେ ଦୀର୍ଘ ବର୍ଷ ପରେ ଆଜି ରାଜ୍ୟ ସରକାର ଏକ ଆଦିବାସୀ ମହିଳାଙ୍କୁ ବିଧାୟକ ରୂପେ ବାଛି ଛନ୍ତି ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଜିଲ୍ଲାରେ ଏକମାତ୍ର ବ୍ୟକ୍ତି ଯିଏକି ଏହାକୁ ବିରୋଧ କରିଛନ୍ତି,ଏବଂ ତାଙ୍କରି ଇଙ୍ଗିତରେ କିଛି କାଉନସିଲର ଏବଂ ମହିଳା ନେତ୍ରୀ ଇସ୍ତଫା ଦେଇ ଦେଲେ ଦଳକୁ କିଛି ପ୍ରଭାବ ପଡ଼ିବ ନାହିଁ । 

ସେହିପରି ବିଜେଡି ରାଜ୍ୟ ଉପସଭାପତିଙ୍କ ଗୋଷ୍ଠିରୁ ଜିଲ୍ଲାର ବିଜେଡି ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି କି ଯଦି ଅନୁସୟା ମାଝୀଙ୍କୁ ଦଳୀୟ ବିଧାୟକ ପ୍ରାର୍ଥି ରୂପେ ଚୟନ କରାଗଲା ତାହା ପୂର୍ବରୁ ଜିଲ୍ଲାରେ ଥିବା ଅନ୍ୟ ନେତା ଓ ବରିଷ୍ଠ କର୍ମୀ ମାନଙ୍କ ସହିତ ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ ଅତୁନ ସବ୍ୟସାଚୀ  ଏନେଇ ଆଲୋଚନା କରିବାର ଥିଲା । କିନ୍ତୁ ତାହା କଲେନାହିଁ । କାରଣ ଜିଲ୍ଲାରେ ଅନେକ ପୁରୁଣା ନେତା ମନ୍ତ୍ରୀ ଅଛନ୍ତି ସେମାନେ ଦଳ ନିମନ୍ତେ ସେମାନଙ୍କର ପରିଶ୍ରମ ଦେଇଛନ୍ତି । କିନ୍ତୁ ତାହା ନକରି ଜଣେ ଅଣ ଆଦିବାସୀଙ୍କୁ ଆଦିବାସୀ କହି  ଟିକେଟ ଦେଇଛନ୍ତି । ସେ ଭାବୁଥିବେ ଟିକେଟ୍ ଦେଇ ଦେଲେ କ୍ୟାଣ୍ଡିଡେଟ୍ ଜିତିବେ ନାହିଁ, ସମସ୍ତଙ୍କ ସହଯୋଗ ଏଥିନିମନ୍ତେ ଆବଶ୍ୟକ । 

ତେଣୁ ଆଜି ଅଳ୍ପ କିଛି ନେତା ଓ କର୍ମୀ ଇସ୍ତଫା ଦେଇଛନ୍ତି । କିନ୍ତୁ ଅଳ୍ପ ଦିନ ମଧ୍ୟରେ ଜିଲ୍ଲାରୁ ଅନେକ ନେତା ଓ କର୍ମୀ ବିଜେଡିରୁ ଇସ୍ତଫା ଦେବେ । ଏବଂ ଆଗକୁ ଆମେ କେଉଁ ଦଳରେ ମିଶିବୁ କି ସ୍ୱାଧୀନ ପ୍ରାର୍ଥୀ ଦେବୁ ତାହା ଆମର ବୈଠକ ପରେ ଜଣାପଡିବା ନେଇ କହିଛନ୍ତି ପୁଆଲା । କାରଣ ଗଙ୍ଗାଧର ପୁଅଲା ମଧ୍ୟ ବିଜେଡିର ଦଳୀୟ ଟିକେଟ୍ ହାତେଇବା ନିମନ୍ତେ ଲବୀରେ ଥିଲେ । ବିଜେଡି ରାଜ୍ୟ ମହିଳା ଉପସଭାପତି ସୁଜାତା ପାଳ ମଧ୍ୟ ସମାନ ମନ୍ତବ୍ୟ ରଖିଛନ୍ତି । ହେଲେ ଆଗାମୀ ଦିନରେ ରାୟଗଡା ଜିଲ୍ଲା ବିଜେଡି ଗୋଷ୍ଠି କନ୍ଦଳ କି ରୂପ ନେବ ତାହା ସମୟ ହିଁ କହିବ।

ଆହୁରି ପଢନ୍ତୁ ଓଡିଶା ଖବର...
 

ରାଜଧାନୀରେ ଗତ
12m ago
ରାଜଧାନୀରେ ଗତ ରାତିରେ ବିଜୁଳି, ଘଡଘଡି, ପବନ ସାଙ୍ଗକୁ ଅତିପ୍ରବଳ ବର୍ଷା
ଅର୍ଗସ ବ୍ୟୁରୋ: ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍
ଆଜି କଣ୍ଟାବାଞ୍ଜି
14m ago
ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅର୍ଗସ ବ୍ୟୁରୋ: ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜକୁ ଆକସେପ୍ଟ କରିବେ କି? ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡ଼ିଶା ସଫଳ ହେବ କି
ସକାଳୁ ଷ୍ଟାଡିୟମରେ
52m ago
ସକାଳୁ ଷ୍ଟାଡିୟମରେ ପହଞ୍ଚି କ୍ରୀଡ଼ାବିତଙ୍କୁ ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ
ଅର୍ଗସ ବ୍ୟୁରୋ: ସମ୍ବଲପୁର ଭି ଏସ ଏସ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳୁ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ସହିତ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ