ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ
by Argus News
Thu, Oct 17 | 6:02 p.m.

ବ୍ରହ୍ମପୁର:  ଘୁମୁସର ବନଖଣ୍ଡକୁ ପୁଣି ଫେରିଛି ମହାବଳ  ।  ବାଘ ଆସିବା ଖବର ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ କିଛିଦିନ ପରେ ପୁଣି ବାଘ ରିଟର୍ଣ୍ଣ ହୋଇଛି । ମହାରାଷ୍ଟ୍ର ଜଙ୍ଗଲରୁ ଚାଲିଆସିଥିବା ଏହି ମହାବଳ ଏବେ ଗଞ୍ଜାମରେ ଆତଙ୍କ ସୃଷ୍ଟି କରିଛି । କେନ୍ଦ୍ରୀୟ  ବନାଞ୍ଚଳ ଗାଙ୍ଗପୁର ବିଟ ଅଞ୍ଚଳରେ ଗତ ଚାରିଦିନ ହେଲା ବାଘ ଭୟ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ବାଘ ର ପାଦଚିହ୍ନ ଠାବ ହେବା ସହ ଗୋଟିଏ ମଇଁଷି କୁ ବାଘ ମାରିଖାଇ ଥିବା ଦେଖିବା ପରେ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେବା ସହ ବାଘ କୁ କାବୁକରି ଅନ୍ୟସ୍ଥାନକୁ ପଠାଇବା ପାଇଁ ବନବିଭାଗ ମଧ୍ୟ ତାର କାମ ଆରମ୍ଭ କରିଦେଇଛି । 

ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବାଘକୁ ଆହାର ଦେଇ କାବୁ କରିବାକୁ ବିଭିନ୍ନ ସ୍ଥାନରେ ମଇଁଷି ଛୁଆ ବାନ୍ଧି ଉଦ୍ୟମ କରାଯାଉଛି ।  ଗାଙ୍ଗପୁର ବନାଞ୍ଚଳ ମାଳତୀ ପାହାଡ଼ ଅଞ୍ଚଳରେ ବାଘ ର ଗତିବିଧି ଲକ୍ଷ କରି ବନବିଭାଗ ଓ ଶିମିଳି ପାଳ ଆସିଥିବା ବାଘ ଧରାଳି ଟିମ ବାଘକୁ କାବୁ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚଳାଇଛନ୍ତି । ଗାଙ୍ଗପୁର, ବୋରି, ବଳିଆପାଟ ଭଳି ବିଭିନ୍ନ ଗ୍ରାମରେ ଗୋପାଳକ ମାନେ ନିଜ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଆଡ଼କୁ ଚରାଇ ନେବାକୁ ବାରଣ କରାଯାଇଛି । ଶୁଣନ୍ତୁ ଜଣ କହୁଛନ୍ତି ଗୋପାଳ ମାନେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଉଚ୍ଚ ଜୁଆର
9m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
13m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ