ପୁଣି ସାମ୍ନାକୁ ଆସିଲା କଂଗ୍ରେସର ରାଷ୍ଟ୍ର ବିରୋଧୀ ଚେହେରା
by Argus News
Wed, Feb 28 | 8:07 p.m.

 ନୂଆଦିଲ୍ଲୀ: କଂଗ୍ରେସ ନେତା ନାସିର ହୁସେନଙ୍କ ବିଜୟ ପରେ ଦଳୀୟ କର୍ମୀମାନେ ଦେଇଥିଲେ ସ୍ଲୋଗାନ୍। ଭଲ କରି ଶୁଣନ୍ତୁ କଣ ସ୍ଲୋଗାନ ଦେଉଛନ୍ତି ଏମାନେ। ନା କର୍ଣ୍ଣାଟକର ଜୟ, ନା ଭାରତର...ବିଜୟୀ ନେତାଙ୍କ ନା ବି ନାହିଁ । ସିଧା ସିଧା କହୁଛନ୍ତି ‘ପାକିସ୍ତାନ ଜିନ୍ଦାବାଦ’ । ସେ ବି ଲଗାତାର । ଏହାକୁ ଅନ୍ୟ କେହି କଂଗ୍ରେସ କର୍ମୀ ରୋକିବାକୁ ବି ଚେଷ୍ଟା କରୁନାହାଁନ୍ତି ।  ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖଦେଇଛି । ସୋସିଆଲ ମିଡିଆରେ ଭିଡିଓକୁ ସେୟାର କରି କଂଗ୍ରେସ ଉପରେ ବର୍ଷିଛି ବିଜେପି । ସେମାନଙ୍କ ପାକିସ୍ତାନ ପ୍ରତି ଥିବା ମୋହ ଦେଶ ପାଇଁ ବିପଦଜନକ ବୋଲି କହିଛି ବିଜେପି । 

ସେପଟେ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ଦଳର ‘‘କର୍ମୀମାନେ କେବଳ ହୁସେନ୍‌ଙ୍କ ପାଇଁ ସ୍ଲୋଗାନ ଦେଇଛନ୍ତି।  ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କର ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ। ପାକ୍ ଅଧିକୃତ କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ କହିବା ସହ ପାକିସ୍ତାନକୁ ଖୋଲା ଚେତାବନୀ ଦେଉଛନ୍ତି। ପାକିସ୍ତାନର ଘୋର ବିରୋଧ ସତ୍ତ୍ବେ କାଶ୍ମୀରରୁ ଧାରା 370 ହଟାଇଲେ ମୋଦି। ପାକିସ୍ତାନର ବିରୋଧ ସତ୍ତ୍ବେ ଶ୍ରୀନଗରରେ ଜି 20 ବୈଠକ  ଆୟୋଜନ କରି ପାକିସ୍ତାନର ଷଡ଼ଯନ୍ତ୍ରରୁ ଭଣ୍ଡୁର କଲେ। ଅନ୍ୟପଟେ ବିରୋଧୀ କଂଗ୍ରେସର ପାକିସ୍ତାନ ପ୍ରେମ ଓ ଭାରତ ବିରେଧୀ ତତ୍ବଙ୍କୁ ସମର୍ଥନ। ଯାହାକୁ ଖୋଦ୍ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ପ୍ରବକ୍ତା ବି କରିଛନ୍ତି ସମାଲୋଚନା। 

 ଇଏ ପ୍ରଥମ ଘଟଣା ନୁହେଁ। ବାରମ୍ବାର କଂଗ୍ରେସ ନେତାମାନେ ଦେଶ ବିରୋଧୀ ଆଭିମୁଖ୍ୟ ଆପଣାଇ ଆସିଛନ୍ତି। ପୂର୍ବରୁ ଜେଏନୟୁ କ୍ୟାମ୍ପସରେ ବି ସମାନ ଢ଼ଙ୍ଗରେ କଂଗ୍ରେସ ନେତା କହ୍ନେୟା କୁମାରଙ୍କ ସାଥୀ ମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ । ସେତେବେଳେ ପାକିସ୍ତାନ ଜିନ୍ଦାବାଦ ଓ ଇଣ୍ଡିଆ ତେରେ ଟୁକଡେ ହୋଙ୍ଗେ ନାରା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଆଉ ବାକ୍ ସ୍ବାଧୀନତା ନାଁ ରେ କଂଗ୍ରେସ ଏହାକୁ କରିଥିଲା ଖୋଲାଖୋଲି ସମର୍ଥନ।  ସେ, କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କର ପାକିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ବିବାଦକୁ ଆସିଥିଲା । ପାକିସ୍ତାନୀ ଆତଙ୍କବାଦୀ ମସୁଦ ଅଜହରକୁ ଜୀ ବୋଲି ସମ୍ବୋଧନ କରିଥିଲେ ରାହୁଲ ।  ଗୋଟେ ପଟେ ପିଓକେକୁ ପାକିସ୍ତାନ କବଜାରୁ ମୁକ୍ତ କରି ଭାରତରେ ମିଶାଇବାୁକ ମୋଦି ସରକାରଙ୍କ ପ୍ଲାନ୍ ଅନ୍ୟପଟେ କଂଗ୍ରେସରେ ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ। ଏବେ ଯେତେ ସଫେଇ ଦେଲେ ବି କଂଗ୍ରେସର ଭାରତ ବିରୋଧୀ ମୁଖା ଖୋଲିସାରିଛି। 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ