ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର
by Argus News
Tue, Jul 02 | 7:40 p.m.


ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ଟିମ ଇଣ୍ଡିଆ ଆଇସିସି ଟ୍ରଫିର ଅନ୍ତ ଘଟାଇ ଟାଇଟଲ ଜିତିଛି। ଭାରତର ଏହି ବିଜୟ ପରେ ବିରାଟ କୋହଲି ,ବଂ ରୋହିତ ଶର୍ମା ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏହାର ଗୋଟିଏ ଦିନ ବିତି ନ ଥିବାବେଳେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଟି-୨୦ କ୍ରିକେଟକୁ ବିଦାୟ ଦେଇଥିଲେ।

ବର୍ତ୍ତମାନ ଆଉ ଜଣେ ଖେଳାଳି ଅଛନ୍ତି ଯିଏ ଏହି ୩ଜଣଙ୍କ ଅବସର ପରେ ଶୀଘ୍ର ଏହି ଫର୍ମାଟରୁ ଅବସର ନେଇପାରନ୍ତି ବୋଲି କୁହାଯାଉଛି।  ଯାହାଫଳରେ ସେ ଟେଷ୍ଟ ଏବଂ ODI ଫର୍ମାଟ ଉପରେ ଧ୍ୟାନ ଦେଇପାରିବେ। 

ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜାଙ୍କ ପରେ ଟି-୨୦ ଫର୍ମାଟରୁ ଅବସର ନେବାକୁ ଆଶା କରାଯାଉଥିବା ଖେଳାଳି ଆଉ କେହି ନୁହନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି ଅଟନ୍ତି। ହଁ ସେହି ଶାମି ଯିଏକି ODI ବିଶ୍ବକପ ୨୦୨୩ରେ ଆଶ୍ଚର୍ଯ୍ୟଜନକ ଭାବେ ବୋଲିଂ କରିଥିଲେ ଏବଂ ସର୍ବାଧିକ ଓ୍ବିକେଟ ନେଇଥିଲେ। କିନ୍ତୁ ଆହତ କାରଣୁ ସେ କିଛି ସମୟ ପାଇଁ କ୍ରିକେଟର ସବୁ ଫର୍ମାଟରୁ ଦୂରରେ ଅଛନ୍ତି। ବାସ୍ତବରେ ଏହି ଟାଇଟଲ ଜିତିବା ପରେ ଟି-୨୦ ଫର୍ମାଟରେ ଟିମ ଇର୍ଡିଆରେ ପରିବର୍ତ୍ତନର ଏକ ଅବଧି ଅଛି। ଏବଂ ପ୍ରାୟ ସମସ୍ତ ବରିଷ୍ଠ ଖେଳାଳି ଅବସର ନେଇଛନ୍ତି। ଏପରି ସ୍ଥିତିରେ ବର୍ତ୍ତମାନ ମହମ୍ମଦ ସାମି ଖେଳର ସବୁଠାରୁ ଛୋଟ ଫର୍ମାଟ ଛାଡ଼ିବା ବିଷୟରେ ମଧ୍ୟ ଚିନ୍ତା କରିପାରନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ମରିନ ଡ୍ରାଇଭ ହେଲା
14m ago
ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହି
ବର୍ଷକରେ
49m ago
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ