ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ
by Argus News
Thu, Jul 04 | 10:25 p.m.

ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହିତ ବାହୀନିକୁ ଭେଟି ଶୁଭେଚ୍ଛା ଜଣାଇଥିଲେ ପିଏମ ମୋଦି । ଏହାପରେ ଟିମ୍ ଇଣ୍ଡିଆ ମୁମ୍ବାଇ ପହଂଚି ସାମିଲ ହୋଇଥିଲା ବିଶାଳ ଭିକ୍ଟ୍ରି ପରେଡରେ ।

ବାର୍ବାଡୋସରେ ଟି-୨୦ ବିଶ୍ବକପ ବିଜୟ ପରେ ଆଜି ଭାରତ ଫେରିଛନ୍ତି ଚାମ୍ପିୟନସ । ରୋହିତ ବାହିନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଛନ୍ତି ହଜାର ହଜାର ପ୍ରଶଂସକ । ଏଥିପାଇଁ ବିସିସିଆଇ ପକ୍ଷରୁ ପଠାଇଯାଇଥିବା ସ୍ବତନ୍ତ୍ର ବିମାନରେ ଫେରିବା ପରେ ରୋହିତ ବାହୀନିକୁ ବିମାନବନ୍ଦରରୁ ହିଁ ଶୁଭେଚ୍ଛା ସହ ଭବ୍ୟ ଢଙ୍ଗରେ କରାଯାଇଥିବା ସ୍ବାଗତ । ୧୭ ବର୍ଷ ପରେ ଭାରତକୁ ବିଶ୍ବକପ ଟ୍ରଫି ଆସିଛି । ବିଦେଶ ମାଟିରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଥିବା ବେଳେ ଭାରତ ମାଟିରେ ଜମିଥିଲା ବିଜୟ ଉତ୍ସବ । ୧୪୦ କୋଟି ଭାରତୀୟ ଟିମ ଇଣ୍ଡିଆ ବିଜୟର ସେଲିବ୍ରେସନ କରିଥିଲେ । ଫ୍ୟାନସଙ୍କ ସହ ଖେଳାଳି କେକ୍ କାଟିବା ସହ ନାଚ ଗୀତରେ ସାମିଲ ହୋଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ନନ୍ଦିଘୋଷରେ
7m ago
ନନ୍ଦିଘୋଷରେ ବିଜେହେଲେ ପ୍ରଭୁ ଶ୍ରୀ ଜଗନ୍ନାଥ
ଅର୍ଗସ ବ୍ୟୁରୋ: ନନ୍ଦିଘୋଷରେ ବିଜେକଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ । ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର । ଘଣ୍ଟ, ଘଣ୍ଟା
ପିଲାଙ୍କ
13m ago
ପିଲାଙ୍କ ଭବିଷ୍ୟତ କଥା ଭାବୁଛନ୍ତି କି? ତେବେ ପୋଷ୍ଟାଲ ସ୍କିମରେ ନିବେଶ କରନ୍ତୁ
ଅର୍ଗସ ବ୍ୟୁରୋ: ଯେଉଁମାନେ ସବୁବେଳେ ଭବିଷ୍ୟତକୁ ନେଇ ଚିନ୍ତିତ। ସେମାନଙ୍କୁ ନିଶ୍ଚିତ ଏହି ଖବର ଆଶ୍ବସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ ଲକ୍ଷ ଟଙ୍କ
କାଳିଆ ସାଆନ୍ତ
ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ
ଅର୍ଗସ ବ୍ୟୁରୋ : ଭିଜିଲା ଭକ୍ତଙ୍କ ଆଖି, ଦେଖି ଚକାନୟନ । ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ । ଟାହିଆ ହଲେଇ ଝୁଲି ଝୁଲି ଭକ୍ତଙ୍କ ପାଖକୁ ଆଶୁଛନ୍ତି କାଳିଆସୁନା । ଟିକେ ସମସ୍ତଙ୍କୁ ଆଖ