ପାଣ୍ଡ୍ୟାଙ୍କ ପାଖକୁ ଫେରିଲା ଅଗସ୍ତ୍ୟ
by Argus News
Fri, Sep 06 | 3:57 p.m.

ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା । ଏଥର ଚର୍ଚ୍ଚା କିନ୍ତୁ କୌଣସି ବିବାଦକୁ ନେଇ ନୁହେଁ,ଏଥର ଚର୍ଚ୍ଚା କିନ୍ତୁ ପାଣ୍ଡ୍ୟାଙ୍କ ଖୁସିକୁ ନେଇ। ଆଉ ସେ ଖୁସି ଏମିତି ସେମିତି ଖୁସି ନୁହେଁ,ଜଣେ ବାପା ପୁଅ ନିକଟକୁ ଫେରିବାର ଖୁସି, ଅର୍ଥାତ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ନିକଟକୁ ଫେରିଛନ୍ତି ପୁଅ ଅଗସ୍ତ୍ୟା। ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡ଼ପତ୍ର ହୋଇଥିଲା,ପୁଅକୁ ନେଇ ସର୍ବିଆ ଚାଲିଯାଇଥିଲେ ନତାଶା। ଫଳରେ ଅନେକ ସମୟରେ ପୁଅ ଅଗସ୍ତ୍ୟାକୁ ମିସ୍ କରୁଥିଲେ ହାର୍ଦ୍ଦିକ,କେତେବେଳେ ଅଗସ୍ତ୍ୟା ଆଇ ମିସ୍ ଇଉ ବୋଲି ପାଣ୍ତ୍ୟା ଲେଖୁଥିଲେ ତ ଆଉ କେତେବେଳେ ପୁଅର ଫଟୋ ଦେଖି ଭାବୁକ ହେଉଥିଲେ। ସେପଟେ ପୁଅ ମଧ୍ୟ ବାପାଙ୍କ ଫଟୋକୁ ଜାବୁଡି ଧରି କାନ୍ଦୁଥିବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। 

ମିଳିଥିବା ସୂଚନା ଅନୁଯାୟୀ ପୁଅ ଅଗସ୍ତ୍ୟ ଏବେ ମୁମ୍ବାଇରେ ଥିବା ଜଣାପଡିଛି। ଛାଡପତ୍ର ପରେ ନତାଶା ପୁଅକୁ ନେଇ ସର୍ବିଆ ଚାଲିଯାଇଥିଲେ। କିନ୍ତୁ ପରେ ସେ ମୁମ୍ବାଇର ହାର୍ଦ୍ଦିକଙ୍କ ଘରେ ଅଗସ୍ତ୍ୟାକୁ ଛାଡିଥିବା ଜଣାପଡିଛି। ହାର୍ଦ୍ଦିକଙ୍କ ଭାଇ କୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ପଂଖୁଡ଼ି ଶର୍ମା ଅଗସ୍ତ୍ୟର ଫଟୋ ସେୟାର କରିବା ସହ ନିଜ ପୁଅ କବୀରଙ୍କ ସହ ଏକ କ୍ୟୁଟ୍ ଭିଡିଓ ମଧ୍ୟ ସେୟାର କରିଛନ୍ତି। କିନ୍ତୁ ନତାଶା ମୁମ୍ବାଇରେ ଅଛନ୍ତି ନା ସର୍ବିଆ ଚାଲି ଯାଇଛନ୍ତି ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଦୋଖିବାକୁ ଗଲେ ୨୦୨୦ରେ ହାର୍ଦ୍ଦିକ ଓ ନତାଶାଙ୍କ ହାତ ଧରିଥିଲେ,୨୦୨୩ରେ ପୁଣି ଥରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ମଧ୍ୟ କରିଥିଲେ । କ୍ରିକେଟର ଗୁଡ୍ ବୟ,ପ୍ରେମରେ କିନ୍ତୁ ବେଡ ବୟ ହାର୍ଦ୍ଦିକ କିନ୍ତୁ ବେଶ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ବ୍ୟକ୍ତିଗତ ଲାଇଫକୁ ନେଇ ତ ଆଉ କେତେବେଳେ କ୍ରିକେଟର ବୃତ୍ତିଗତ ଲାଇଫ ଲାଇନକୁ ନେଇ ସବୁବେଳେ ଚର୍ଚ୍ଚାରେଥାନ୍ତି ହାର୍ଦ୍ଦିକ  ।

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ