ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି
by Argus News
Wed, Jul 03 | 7:44 p.m.

ନୂଆଦିଲ୍ଲୀ:  ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି । କଂଗ୍ରେସ ଉପରେ ଅଭିଯୋଗର ବର୍ଷା । ପ୍ରଧାନମନ୍ତ୍ରୀ କହିଲେ ସତ ଶୁଣିବାକୁ ନାହିଁ କଂଗ୍ରେସର ସାହସ । ସର୍ବାଧିକ କାଳ ଦେଶକୁ ଶାସନ କରିଥିବା ଦଳକୁ ସମ୍ବିଧାନର ପାଠ ପଢ଼ାଇଲେ ଉପରାଷ୍ଟ୍ରପତି । ଲୋକସଭାରେ ବର୍ଷିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା । ଆକ୍ରମଣାତ୍ମକ ମୋଦି କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର କରିଛନ୍ତି । କଂଗ୍ରେସ ଉପରେ ବାଢିଛନ୍ତି ଅଭିଯୋଗର ଲମ୍ବା ଫର୍ଦ୍ଦ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ହୋଇଥିବା ଚର୍ଚ୍ଚା ବେଳେ ମୋଦି କହିଛନ୍ତି, 
ମିଛ ପ୍ରଚାର କରୁଥିବା ଲୋକମାନଙ୍କର ସତ ଶୁଣିବାକୁ ସାହସ ନାହିଁ ବୋଲି ଅଭିଯୋଗ କରିଛନ୍ତି ମୋଦି ।

ଦେଶ ଦେଖୁଛି । ଯାହାର ସତର ମୁକବିଲା କରିବା ପାଇଁ ଧର୍ଯ୍ୟ ନାହିଁ ସେମାନେ ବସିକରି ବି ଏତେ ଚର୍ଚ୍ଚା ପରେ ଉଠାଇଥିବା ପ୍ରସଙ୍ଗର ଯବାବ ଶୁଣିବାକୁ ସାହାସ ନାହିଁ । ମୋଦି କହିଛନ୍ତି ସମ୍ବିଧାନର ରକ୍ଷା କେବଳ ଆମେ କରିପାରିବୁ । ସମ୍ବିଧାନର ରକ୍ଷା ପାଇଁ ଲୋକେ ବିଜେପିକୁ ବାଛିଲେ । ଏମର୍ଜେନ୍ସି ବେଳେ ଲୋକଙ୍କ ବଞ୍ଚିବା ମୁସ୍କିଲ ହୋଇଯାଇଥିଲା । କୋଟି କୋଟି ଲୋକଙ୍କ ଜୀବନ ନଷ୍ଟ କରିଥିଲା ଏମର୍ଜେନ୍ସି । ପ୍ରଧାନମନ୍ତ୍ରୀଙ୍କ ପଦର ଗାରିମାକୁ କଂଗ୍ରେସ ନଷ୍ଟ କରିଥିଲା। ଏହି ନିର୍ବାଚନରେ ଦେଶବାସୀଙ୍କ ବିବେକ ବୁଦ୍ଧି ଉପରେ ଗର୍ବ ହେଉଛି । ପ୍ରୋପାଗାଣ୍ଡାକୁ ପରାସ୍ତ କରିଛନ୍ତି ଦେଶବାସୀ । ପରଫରମାନ୍ସକୁ ପ୍ରାଥମିକତା ଦେଇଛନ୍ତି । ଭରସାର ରାଜନୀତି ଉପରେ ଦେଶବାସୀ ବିଜୟର ମୋହର ଲଗାଇଛନ୍ତି ।  ଆଗାମୀ 5 ବର୍ଷ ଗରିବଙ୍କ ପାଇଁ ନିର୍ଣ୍ଣାୟକ ଲଢ଼େଇ ହେବାକୁ ଯାଉଛି । ଗରିବି ବିରୋଧରେ ଗରିବଙ୍କ ଲଢେଇ ହେବାକୁ ଯାଉଛି । ଯେତେବେଳେ ସାମର୍ଥ୍ୟର ସହିତ ଗରିବ ଏକାଠି ହୁଅନ୍ତି ସେତେବେଳେ ସଫଳତା ମିଳେ । ଏ ଦେଶ ଗରିବୀ ବିରୋଧରେ ଲଢେଇରେ ବିଜୟ ହୋଇକି ରହିବ ବୋଲି ମୋଦି କହିଛନ୍ତି ।  

ଭ୍ରଷ୍ଟାଚାରୀ ବଚାଅ ଆନ୍ଦୋଳନ କରୁଛି କଂଗ୍ରେସ । ଯେଉଁମାନେ ଭ୍ରଷ୍ଟାଚାରରେ ଦଣ୍ଡ ଭୋଗୁଛନ୍ତି ସେମାନଙ୍କ ସହ ଫଟୋ ଉଠାଇବାକୁ ପଛାଉନାହାନ୍ତି । ଭ୍ରଷ୍ଟାଚାରୀ ଯେତେବେଳେ ଜେଲ ଯାଉଛନ୍ତି ସେତେବେଳେ ହଙ୍ଗାମା କରୁଛି କଂଗ୍ରେସ । ଯାଞ୍ଚ ଏଜେନ୍ସିଗୁଡିକର ଦୁରଉପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଏମାନେ । ଭ୍ରଷ୍ଟାଚାର କରୁଛି ଆପ, ମଦ ଘୋଟାଲା କରୁଛି ଆପ, ପାଣି ଘୋଟାଲା କରୁଛି ଆପ । ଆପ ନାଁରେ ଅଭିଯୋଗ ଆଣୁଛି କଂଗ୍ରେସ । ଯେତେବେଳେ କାର୍ଯ୍ୟାନୁଷ୍ଠାନ ହେଉଛି ସେତେବେଳେ ମୋଦିଙ୍କୁ ଗାଳି ଦେଉଛନ୍ତି ।  ମଣିପୁରର ସ୍ଥିତି ସାମାନ୍ୟ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । 11ହଜାରରୁ ଅଧିକ ଏଫଆଇର ହୋଇଛି । 500ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । କିଛି ତ ଅସୁବିଧା ଅଛି ଯେଉଁଥିପାଇଁ 10 ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ତେଣୁ ଏହି ପ୍ରସଙ୍ଗରେ ରାଜନୈତିକ ହରକତ ନ କରାଯାଉ ।  କଂଗ୍ରେସ ନେତା ମାଲିକାର୍ଜୁନ ଖଡଗେ ଅଚାନକ କହିବାକୁ ଚେଷ୍ଟା କରିବାରୁ ଉପ-ରାଷ୍ଟ୍ରପତି ଜଗଦିପ ଧନକଡ ତାଙ୍କୁ ସମ୍ବିଧାନର ପାଠ ପଢାଇଥିଲେ । ସେ ଯାହା କରୁଛନ୍ତି ତାହା ସଂସଦର ଇତିହାସରେ କେବେ ଘଟିନଥିଲା ବୋଲି କହିଥିଲେ । 
ଅଧିକ ପଢନ୍ତୁ ଭାରତ ଖବର

RAIN
17m ago
ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା, ଭିଜିବ ରଥଯାତ୍ରା
ଅର୍ଗସ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା । ଭିଜିବ ରଥଯାତ୍ରା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ପ୍ରଭାବର
OLYMPICS
29m ago
ଏହି ଦଳର ନେତୃତ୍ୱ ନେବେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା
ଅର୍ଗସ ବ୍ୟୁରୋ: ପ୍ୟାରିସ୍ ଅଲମ୍ପିକ୍ସ ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ ୨୮ଜଣିଆ ଦଳ ଘୋଷଣା କରିଛି। ଏଥିରେ ୧୭ଜଣ ପୁରୁଷ ଓ ୧୧ଜଣ ମହିଳା ରହିଛନ୍ତି। ବିଶ୍ବକପ୍ ତଥା ଅଲିମ୍ପିକ୍ସ ବିଜେତ
INDIA
42m ago
ଶୁଭମନ ଗିଲଙ୍କ ନେତୃତ୍ବରେ ମୈଦାଇନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହେବ ଭାରତୀୟ ଟିମର ଜିମ୍ବାଓ୍ବେ ଟୁଅର୍। ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତରେ ଯାଇଛି। ଟି-୨୦ ବିଶ୍ବକପ