ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା, ଭିଜିବ ରଥଯାତ୍ରା
by Argus News
Sat, Jul 06 | 8:38 a.m.

ଅର୍ଗସ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା । ଭିଜିବ ରଥଯାତ୍ରା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ପ୍ରଭାବରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା । ତେବେ  ଆଜି ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି ଓ କୋରାପୁଟକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ କୋରାପୁଟ, ମାଲକାନଗିରି, କନ୍ଧମାଳ, ଗଂଜାମ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କାରଯାଇଛି । ସେପଟେ ରାଜ୍ୟରେ ୨୫ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେହିପରି ୧୬ ଜିଲ୍ଲାରେ ନିଅଁଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୁରଭଞ୍ଜ ଓ ବାଲେଶ୍ବରରେ ଅଧିକ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା