ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଯବାନ ମୁତୟନ ପ୍ରକ୍ରିୟା ଆରମ୍ଭ
by Argus News
Sat, Mar 02 | 7:33 a.m.

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର ସିଆରପିଏଫ ଯବାନ । ପ୍ରଥମ ପର୍ଯ୍ୟାୟ ଫୋର୍ସ ମୁତୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ସ୍ଥାନରେ ୨ ହଜାର କମ୍ପାନୀ ବା ୨ ଲକ୍ଷ ଯବାନ ମୁତୟନ ହେବେ । ସେହିପରି ଅନ୍ୟ ଦେଢ଼ ଲକ୍ଷ ଯବାନ ପରବର୍ତ୍ତୀ ସମୟରେ ମୁତୟନ କରାଯିବ ।  

ଅଧିକ ପଢନ୍ତୁ ଭାରତ ଖବର

ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀରରେ ଏହି ସପ୍ତାହ ଶେଷ ସୁଦ୍ଧା ଫୋର୍ସ ମୁତୟନ ହେବେ । ସେହିପରି ଆସନ୍ତା ୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଫୋର୍ସ ମୁତୟନ କରାଯିବ । ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୩ ଲକ୍ଷ ୪୦ ହଜାର ଫୋର୍ସ ମୁତୟନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ସଂପୃକ୍ତ ସ୍ଥାନ ବାବଦରେ ତଥ୍ୟ ହାସଲ ସହ ଆଗୁଆ ପ୍ରସ୍ତୁତ ହେବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

BJD
5m ago
ବିଜେଡିକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: କନ୍ଧମାଳ ସଭାରେ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି । ବିଜେଡ
MODI
9m ago
ନକଲି ଚାବିରେ ଖୋଲାଯାଇ ପ୍ରଭୁଙ୍କ ଆଭୂଷଣ ଚୋରି ହେଉଥିଲାକି?
ଅର୍ଗସ ବ୍ୟୁରୋ :ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା ଏହାକୁ ନେଇ ପ୍ରଶ୍ନ କରିଛନ୍ତି ମୋଦି।ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା
ପ୍ରଧାନମନ୍ତ୍ରୀ ମୋଦି
56m ago
"କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲା ଆତଙ୍କବାଦ"- ପ୍ରଧାନମନ୍ତ୍ରୀ ମୋଦି
କନ୍ଧମାଳ : କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କଂଗ୍ରେସ ବାରମ୍ବାର ଆମ ଦେଶକୁ ଡରାଇବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲ