ରାଜ୍ୟ ସାରା ତେଜୁଛି ଜିଲ୍ଲା ମାନ୍ୟତା ଦାବି 
by Argus News
Thu, Dec 07 | 7:40 p.m.

 କଟକ:  ସକାଳ 6ରୁ ସଂଧ୍ୟା 6ଟା ଅଖଚକ ବନ୍ଦ। ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ 12 ଘଣ୍ଟା ପାଇଁ ବନ୍ଦ ପାଳନ ହୋଇଛି । ଦୀର୍ଘ ଏକ ମାସ ଧରି ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମାନ୍ୟତା ଦାବିରେ ଧାରଣ ଦେଇଥିଲା କମିଟି । କିନ୍ତୁ ପ୍ରଶାସନ, କମିଟି ସହ ଆଲୋଚନା କରିନଥିଲା । ପ୍ରତିବାଦରେ ଶେଷରେ ବନ୍ଦ ଡାକରା ଦେଇଥିଲା କ୍ରିୟାନୁଷ୍ଠାନ କମିଟି । ବନ୍ଦକୁ ସମର୍ଥନ କରିଛି ବିଜେପି  । ସଂଧ୍ୟା 6ଟା ଯାଏ ଆଠଗଡ଼ର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଟିଟିଲାଗଡ଼ରେ ମଧ୍ୟ ଜିଲ୍ଲା ମାନ୍ୟତା ଦାବିରେ 12 ଘଣ୍ଟା ଧରି ଅଖଚକ ବନ୍ଦ ହୋଇଛି । ସକାଳ 6ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଦୀର୍ଘ ୩୦ ବର୍ଷ ହେବ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିଥିଲେ ବି ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଇ ଟିଟଲାଗଡ଼ବାସୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି।

ସେପଟେ କରଞ୍ଜିଆକୁ ଜିଲ୍ଲା ମାନ୍ୟତା ଦାବି କରିବା ବିଜେଡି ନେତା ଦିଲୀପ ସାହୁଙ୍କୁ ମହଙ୍ଗା ପଡ଼ିଛି । ବିଜେଡି ସୁପ୍ରିମୋଙ୍କ ଆକ୍ରୋଶର ଶିକାର ହୋଇ ଦଳରୁ ବହିଷ୍କୃତ ହୋଇଛନ୍ତି ଦିଲୀପ । ଗତ 3 ତାରିଖରେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀରେ  ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯିବାର ମାତ୍ର 10 ମନିଟ ପରେ ମଞ୍ଚରୁ ମୟୂରଭଞ୍ଜ ଜିଲ୍ଲାକୁ ବିଭାଜନ କରାଯାଉଥିବା ଅଭିଯୋଗ କରିଥିଲେ ବିଜେଡି ବରିଷ୍ଠ ନେତା ଦିଲୀପ ସାହୁ । ଯଦି ରାଇରଙ୍ଗପୁରକୁ ଜିଲ୍ଲା କରାଯାଉଛି ତେବେ କରଞ୍ଜିଆକୁ ମଧ୍ୟ ଜିଲ୍ଲା ମାନ୍ୟତା ଦେବାକୁ ସେ ଦାବି କରିଥିଲେ । ଏହାସହ କରଞ୍ଜିଆକୁ ଜିଲ୍ଲା ମାନ୍ୟତା ନ ମିଳିଲେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଶୁଣାଇଥିଲେ । ଏହାପରେ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

1992 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ,  ଓଡ଼ିଶାରେ 13ରୁ 30 ଜିଲ୍ଲା ଘୋଷଣା କରିଥିଲେ । ତାଲିକାରୁ ବାଦ ପଡ଼ିଥିଲା ଆଠଗଡ଼ ଓ ଟିଟିଲାଗଡ଼ । ଦୀର୍ଘ 31 ବର୍ଷ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ କରିଆସୁଛି  ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଟିଟିଲାଗଡ଼କୁ 31ତମ ଜିଲ୍ଲା ଭାବେ ମାନ୍ୟତା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ତେବେ ତା ପୂର୍ବରୁ ପଦମପୁରକୁ 31 ନମ୍ବର ଜିଲ୍ଲା ମାନ୍ୟତା ମିଳିବାକୁ ଯାଉଛି। ଉପ ନିର୍ବାଚନ ଭୋଟ୍ ଜିତିବାକୁ ପଦମପୁରକୁ ଜିଲ୍ଲା ଘୋଷଣାର ପ୍ରତିଶ୍ରୁତି ଦେଇ ବିରୁଡ଼ି ବସାରେ ହାତ ମାରିଛନ୍ତି ବିଜେଡି ସରକାର। ଏବେ ଚାରିଆଡୁ ଉଠୁଥିବା ଦାବିକୁ କେମିତି କରିବେ ମ୍ୟାନେଜ୍। କାହା ଦାବିକୁ କରିବେ ସ୍ବୀକାର ଆଉ କାହା ଦାବିକୁ ପ୍ରତ୍ୟାଖ୍ୟାନ।  
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ