ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବାରୁ ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ
by Argus News
Mon, Nov 13 | 10:13 a.m.

ଅର୍ଗସ ବ୍ୟୁରୋ: ବାରଣ ସତ୍ତ୍ବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାଣ ଫୁଟାଇ ଦିଲ୍ଳୀର ପରିବଶେକୁ ପୁଣି ଥରେ ବିଷାକ୍ତ କରି ଦେଇଛନ୍ତି ସହରବାସୀ। ଗତକାଲି ଦୀପାବଳି ପାଳନ ପରେ ପୁଣି ଥରେ ରାଜଧାନୀ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ି ଯାଇଛି। ଗତକାଲି ଦୀପାବଳି ରାତିରେ ପରେ ଆଜି ସକାଳୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳଗୁଡିକ ଘନ କୁହୁଡିରେ ଆଚ୍ଛାଦିତ ହୋଇଥିଲା। ଜାତୀୟ ରାଜଧାନୀର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ହେତୁ ଅନେକ ମିଟର ପର୍ଯ୍ୟନ୍ତ ବାଟ ବି ଦିଶିନଥିଲା।

ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ମାନ ଅତି ଶୋଚନୀୟ ଥିବା ରେକର୍ଡ ହୋଇଛି । ଇଣ୍ଡିଆ ଗେଟ୍ ଠାରେ ବାୟୁର ମାନ ସବୁଠାରୁ ଖରାପ ରହିଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସରେ ରେକର୍ଡ। 

ତେବେ ସୋମବାର ସକାଳେ ସହରର କେତେକ ଅଞ୍ଚଳରେ ଏକ୍ୟୁଆଇ ସ୍ତର ୯୦୦ ବି ଛୁଇଁଛି। ସହରର ମଧ୍ୟଭାଗରେ ଥିବା ଇଣ୍ଡିଆ ଗେଟ୍ ଅଞ୍ଚଳରେ ୯୯୯ ଏକ୍ୟୁଆଇ ରେକର୍ଡ ହୋଇଛି। ପୁସା ଅଞ୍ଚଳରେ ୯୭୦ ଏକ୍ୟୁଆଇ ଥିବା ବେଳେ ଆନନ୍ଦ ବିହାର ଅଞ୍ଚଳରେ ୮୪୮ ଏକ୍ୟୁଆଇ ରେକର୍ଡ ହୋଇଛି। ଆପଣ ଜାଣନ୍ତି ଯେ ଅକ୍ଟୋବର ମାସ ପରେ ପରେ ଦିଲ୍ଳୀର ବାୟୁ ଅବସ୍ଥା ଖରାପ ବା ‘ପୋର୍‌’ ବର୍ଗରେ ରହିିଛି। ବର୍ଷା ହେବା ପରେ ଶୁକ୍ରବାର ଦିନ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ବେଳେ ଦୀପାବଳି ପାଳନ ପରେ ତାହା ପୁଣି ଥରେ ଖରାପ ବର୍ଗକୁ ପଳାଇଛି।

ଭାରତ ଖବର ଆହୁରି ପଢନ୍ତୁ

ମୁଖ୍ୟମନ୍ତ୍ରୀ
6m ago
ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାର
ଅବଢା
15m ago
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦି
PCC PRESIDENT
22m ago
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠ