ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
by Argus News
Fri, Oct 18 | 7:43 p.m.

ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠନ ସଜାଡ଼ିବା ଦାୟିତ୍ଵ ଦେଇଛି ଏ ଆଇ ସିସି । ଏ ନେଇ ଏ ଆଇ ସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲ ଚରଣ ଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚରଣଙ୍କୁ ସାହାଯ୍ୟ କରିବେ ନିର୍ବାଚନ ସମୟରେ ଓଡିଶା ପ୍ରଭାରୀ ଦାୟିତ୍ୱ ରେ ଥିବା ମିନାକ୍ଷୀ ନଟରାଜନ । ଉଭୟ ନେତା ଓଡିଶା ଆସି ଷ୍ଟିୟରିଙ୍ଗ କମିଟି ସଦଶ୍ୟ ଙ୍କ ସହ ଆଲୋଚନା କରିବେ । ଦଳ ର ସଭାପତି କିଏ ହେବ ଓ ସଂଗଠନ କିପରି ସୁଦୃଢ ହେବ ତାହାର ଏକ ବିସ୍ତୃତ ରିପୋର୍ଟ ଏ ଆଇ ସିସି କୁ ଦେବେ

24 ସାଧାରଣ ନିର୍ବାଚନରେ 9 ରୁ 90 ନାରା ଦେଇଥିବା କଂଗ୍ରେସ 14 ରେ ଅଟକିଯାଇଥିଲା..ନୈରାଶ୍ୟ ଜନକ ଫଳାଫଳ କୁ ନେଇ ଦଳରେ ଅସନ୍ତୋଷ ବଢ଼ିବାରୁ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ହଟାଇବା ସହ ରାଜ୍ୟର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲା ଏ ଆଇ ସି ସି । ଏବେ ନୂଆ ସଭାପତି ରେସ୍ ରେ ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲ୍ଲକା, ବିଶ୍ୱରଂଜନ ମହାନ୍ତି  ଓ ମହମ୍ମଦ ମୋକିମ ଥିବା ବେଳେ କିଛି ନେତା ଦିଲ୍ଲୀ ରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି । 

ପିସିସି ର ସମସ୍ତ କମିଟି ଭଙ୍ଗ ପରେ ଦୁଇ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ ଓ ତାରିଖ ଅନୱାର ଙ୍କୁ ଷ୍ଟିୟରିଂ କମିଟି ସଦସ୍ୟ ଙ୍କ ସହ ଆଲୋଚନା କରି ରିପୋର୍ଟ ଦେବାକୁ ଦାୟିତ୍ବ ଦେଇଥିଲା ଦଳ.. ହେଲେ କେହି ହେଲେ ମଧ୍ୟ ଓଡିଶା ଆସିଲେନି.. ବରଂ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତି ରେ ଯେଉଁ ଥରେ ବୈଠକ ବସିଥିଲା ଅନେକ ବାଦ ବିବାଦ ଦେଖା ଦେଇଥିଲା.. ସଭାପତିକୁ ନେଇ ଦଳରେ ପୂର୍ବରୁ ଗୋଡ ଟଣା ଟଣି ହେବାର ନଜିର ଅଛି.. ଏବେ ଦଳ କାହାକୁ ଭରସା କରି ଦାୟିତ୍ବ ଦେଉଛି ତାହା ଉପରେ ନଜର

 

BJD
1m ago
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
7m ago
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
34m ago
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ