ଗ୍ରାହକଙ୍କ ପାଇଁ ଭଲ ଅଫର ଆଣିଲା ଏୟାରଟେଲ୍‌, ଉଠାନ୍ତୁ ୯ଟଙ୍କାର ଫାଇଦା
by Argus News
Mon, Jun 24 | 1:39 p.m.

ଅର୍ଗସ ବ୍ୟୁରୋ:  ଏୟାର ଟେଲ୍‌ ସିମ୍‌ ବ୍ୟବହାର କରୁଛନ୍ତି କି। ଜାଣି ରଖନ୍ତୁ କିଛି ନୂଆ ଫାଇଦା। ଏୟାରଟେଲ ଆଣିଦେଇଛି ଗ୍ରାହକଙ୍କ ପାଇଁ ବଡ ଅଫର। ୯ଟଙ୍କାର ପ୍ଲାନରେ ମିଳୁଛି ଅନଲିମିଟେଡ୍‌ ଡାଟା। ଏୟାରଟେଲ ନିଜର ଗ୍ରାହକମାନଙ୍କ ପାଇଁ ୯ଟଙ୍କାରେ ଏକ ପ୍ରିପେଡ ପ୍ଲାନ ବାହାର କରିଛି। ଏହି ଫ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍‌ ଡାଟା ମିଳିବ। କିନ୍ତୁ ଏଥିରେ ଗୋଟିଏ ଅସୁବିଧା ରହିଛି। ଏହି ପ୍ଲାନର ଅବଧି ମାତ୍ର ୧ ଘଣ୍ଟା ରହିଛି। ଏହାସହ ଏଥିରେ ହାଇସ୍ପିଡ ଡାଟା ଲିମିଡ ୧୦ ଜିବି ରହିବ। ୧୦ ଜିବି ଲିମିଟ ପରେ ସ୍ପିଡ କମିକି ୬୪ କେବିପିଏସ୍‌ ହୋଇଯିବ। ଏମିତିରେ ଯଦି ଆପଣ କିଛି ଜରୁରୀ ଡାଉନଲୋଡ କରୁଛନ୍ତି, ତେେବ ଏହି ପ୍ୟାକ ଆପଣଙ୍କର କାମରେ ଆସିପାରିବ।

ଆପଣ ଯଦି ଏହି ପ୍ଳାନକୁ ଦୁଇ ଥର କିଣୁଛନ୍ତି ତେବେ ଆପଣଙ୍କୁ ୧୮ ଟଙ୍କା ପଡିବ। ଡେଟା ଟୋଟାଲ ବଢ଼ିକି ୨୦ଜିବି ହେଇଯିବ। ଏମିତିରେ ୧ ଜିବିର ମୂଲ୍ୟ ଆପଣଙ୍କୁ ୧ ଟଙ୍କାରୁ ବି କମ୍‌ ଆସିବ। ଏବେ ଗ୍ରାହକ ହେବେ ଦୁଇଗୁଣା ଖୁସି। ଯଦି ଏୟାରଟେଲ ସିମ୍‌ ଏତେ ଭଲ ଅଫର ଦେବ ନିଶ୍ଚିତ ଭାବରେ ଗ୍ରାହକ ଏହାକୁ ହିଁ ବ୍ୟବହାର କରିବେ।

ଅଧିକ ପଢ଼ନ୍ତୁ ଦେଶ ଖବର: 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ