ପାଣ୍ଡିଆନଙ୍କ କବଜାରେ ନବୀନ
by Argus News
Fri, May 24 | 9:34 p.m.

ଅର୍ଗସ ବ୍ୟୁରୋ: ନବୀନଙ୍କୁ କଣ୍ଢେଇ ପରି ନଚାଉଛନ୍ତି ପାଣ୍ଡିଆନ । ସେ ଯେମିତି କହୁଛନ୍ତି ନବୀନ ସେମିତି କରୁଛନ୍ତି । ଏମିତିକି ବିରୋଧୀଙ୍କୁ ଗାଳି ବି ସେ ନବୀନଙ୍କ ମୁହଁରେ ଦିଆ କରାଉଛନ୍ତି । ହେଲେ ଏମିତି କାହିଁକି ସେ କରାଉଛନ୍ତି ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପାୱାର ପାଇଁ ସେ ଏମିତି କରୁଥିବା ଲୋକେ କହିଲେଣି । 

ତାମିଲନାଡୁ ବାସିନ୍ଦା । ପଂଜାବ କ୍ୟାଡରର ଅଫିସର । ବିବାହ କରିବା ପରେ ଓଡ଼ିଶା ଆସିଲେ । ଏଠାକାର ପ୍ରାକୃତିକ ସମ୍ପଦ ଦେଖି ଲୋଭଗ୍ରସ୍ତ ହେଲେ । ଖାଲି ଲୋଭଗ୍ରସ୍ତ ହେଲେ ତାହା ନୁହେଁ ବରଂ ନବୀନଙ୍କୁ ହାତ କରି ଶାସନ ହାଇଜାକ କରିବାକୁ ଅପଚେଷ୍ଟା ବି କଲେ । ଚାକିରି ସରକାରୀ ଥିବା ପରେ ବି ଦଳୀୟ କାମରେ ସେ ମୁଣ୍ଡ ପୁରାଇଲେ । ପରେ ସ୍ଵେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଲେ । କିନ୍ତୁ ବିଜେଡିରେ ମିଶିବା ପରେ ଓଡ଼ିଆ ନେତାଙ୍କୁ ସେ ଯେମିତି ହତାଦାର କରୁଛନ୍ତି ତାହାର ଭିଡିଓ ଅନେକ ସମୟରେ ସାମ୍ନାକୁ ଆସିଛି । ଏବେ ସେ ନବୀନଙ୍କୁ ଯେମିତି ମୋହରା ବନାଉଛନ୍ତି ତାହା ଆଉ ଚର୍ଚ୍ଚାର ବିଷୟ ପାଲଟିଛି ।

ଓଡ଼ିଶାର ରାଜନୀତି ବେଶ ଶାନ୍ତ । କିନ୍ତୁ ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ଗୁଣ୍ଡାଗର୍ଦ୍ଦି, ରକ୍ତପାତ ବଢିଲା । ନିଜ ଅଂଚଳ ଅର୍ଥାତ ତାମିଲନାଡୁରେ ନେତା ଯେମିତି ହିଂସାରେ ବିଶ୍ଵାସ ରଖନ୍ତି । ପାଣ୍ଡିଆନ ବି ଭାବିଲେ ଓଡ଼ିଶାରେ ସେହି ଷ୍ଟାଇଲରେ ଶାସନ କରିବେ ବୋଲି । କିନ୍ତୁ ସେ ଭୁଲିଯାଇଥିଲେ କି ଓଡ଼ିଶାର ଲୋକମାନେ ଶାନ୍ତପ୍ରିୟ, ଗଣ୍ଡଗୋଳ କରନ୍ତି ନାହିଁ । ସବୁ ସୀମା ତାମିଲବାବୁ ଟପିଗଲେ ଯେତେବେଳେ ନବୀନଙ୍କ ପାଟିରେ କୁହାଇଲେ କି ବିରୋଧୀ AI ବ୍ୟବହାର କରନ୍ତୁ ବୋଲି । ସେତେବେଳେ ଗୋଟିଏ କଥା ସ୍ପଷ୍ଟ କି, ଏ କଥା ନବୀନଙ୍କର ନୁହେଁ ପାଣ୍ଡିଆନଙ୍କର । ତେବେ ଦିନ ଯେତିକି ଗଡୁଛି, ପାଣ୍ଡିଆନଙ୍କୁ ନେଇ ବିବାଦ ବି ସେତିକି ବଢୁଛି...ସମୟ କହିବ ପାଣ୍ଡିଆନଙ୍କ ଲାଗି କି ଦଶା ଭୋଗୁଛି ବିଜେଡି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ