ବବିଙ୍କ ସଭାକୁ ଯିବାକୁ ବାଧ୍ୟ କରୁଛି ପ୍ରଶାସନ ?
by Argus News
Sun, Apr 14 | 5:33 p.m.

ଅର୍ଗସ ବ୍ୟୁରୋ: ବିଜେଡି ସରକାରରେ ବିରୋଧ ମନା । ଏ ସରକାର ସରକାରୀ କର୍ମଚାରୀଙ୍କୁ ଦଳୀୟ କାମରେ ଲଗାଇବ...ଯଦି କିଏ ବିରୋଧ କଲା ତାହାଲେ ପୋଲିସ ଦେଖାଇବ ନାଲିଆଖି, ମାମଲା କରିବାର ଧମକ । ହେଲେ ଆମେ ଏମିତି କାହିଁକି କହିଲୁ ହଠାତ୍‌ ଆପଣ ବି ବୁଝିପାରୁନଥିବେ । କିନ୍ତୁ ପୂରା ଘଟଣା ଜାଣିବା ପରେ ଆପଣ ବି ଏ ସରକାରକୁ ପ୍ରଶ୍ନ କରିବେ, କହିବେ ବବିଙ୍କ ଲାଗି ଏମିତି ବେଆଇନ କାମ ଏ ସରକାର କରୁଛି କେମିତି ?

ଅନୁଗୁଳ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ପଦଯାତ୍ରା ସହ ସଭାର ଆୟୋଜନ କରାଯାଇଥିଲା । ସମ୍ବଲପୁରର ଲୋକସଭା ପ୍ରାର୍ଥୀ ବବି ଦାସ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଆଠମଲ୍ଲିକ ବଜାରରେ ଥିବା ମନ୍ଦିର ଦର୍ଶନ ପରେ ବିନିକେଇ ଶକ୍ତିପୀଠକୁ ଯାଉଥିଲେ । ହେଲେ ସଭାକୁ ଲୁଣାହାଣ୍ଡି CRP ମହିଳାଙ୍କୁ ପଠାଉଥିବା ବେଳର ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ ହେବା ପରେ ଆକ୍ରୋଶର ଶିକାର ହୋଇଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ଏମିତିକି କାହିଁକି ଫଟୋ ଉଠାଇଲ ବୋଲି ପ୍ରଶ୍ନ କରିଛି ପୋଲିସ ।

୨୪ ସାଧାରଣ ନିର୍ବାଚନ ଲାଗି ପୁରା ଦେଶରେ ଲାଗିଛି ଆଦର୍ଶ ଆଚରଣବିଧି । ହେଲେ ନିର୍ବାଚନ କମିଶନଙ୍କ ନିୟମକୁ ମାନିବାକୁ ନାରାଜ ବିଜେଡି ସରକାର । ସେଇଥି ଲାଗି ତ ସରକାରୀ କର୍ମଚାରୀଙ୍କୁ କେମିତି ଦଳୀୟ ସଭାରେ ଲୋକ ବୋହିବା କାମରେ ଲଗାଉଛି । ଆଉ ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେମାନଙ୍କ ମୁହଁ ବନ୍ଦ କରିବାକୁ ଚାପ ସୃଷ୍ଟି କରୁଛନ୍ତି ।  ତେବେ ଏଠାରେ ପ୍ରଶ୍ନ, ସରକାରୀ କର୍ମଚାରୀଙ୍କୁ ଏମିତି ଭାବରେ ଦଳୀୟ କାମରେ ବ୍ୟବହାର କରିବାକୁ ଅନୁମତି ଦେଲା କିଏ ? ଯେଉଁମାନେ ଏଇ କାମରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ହେଲେ ମୁହଁ ଖୋଲିନାହାନ୍ତି ପୋଲିସ କି ବିଜେଡି ନେତା ।
 

24 ELECTION
9m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
14m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
57m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର