ବଲାଙ୍ଗିର ଜିଲ୍ଲାରେ ମାଳ ମାଳ ନକଲି ଶିକ୍ଷକ ଅଭିଯୋଗ
by Argus News
Wed, Jul 24 | 7:30 a.m.

ଅର୍ଗସ ବ୍ୟୁରୋ:  RTIରେ ହସ୍ତ ଗତ ହୋଇଥିବା ଏହି ଦସ୍ତାବିଜ ଉପରେ। ୟୁନଭରସିଟି ଗ୍ରାଣ୍ଟ କମିଶନ ଦେଇଥିବା ଚିଠି ଅନୁସାରେ ଆନ୍ନମଲାଇ ୟୁନଭରସିଟିରେ ୨୦୧୪/୧୫ ବର୍ଷ ପରେ ଡିଷ୍ଟାନ୍ସ ଓ ଅନଲାଇନ ପାଠ୍ୟକ୍ରମ ଆଉ ବୈଧ ନୁହେଁ। କିନ୍ତୁ ୨୦୧୯ ରେ ଆନ୍ନାମଲାଇ ୟୁନଭରସିଟିରୁ ବିଇଡି ସାର୍ଟିଫିକେଟ ହାତେଇଛନ୍ତି ଗାୟତ୍ରୀ ମଲ୍ଲିକ। ଗାୟତ୍ରୀ ମଲ୍ଲିକ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜଲିଆଦର୍ହ ହାଇସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି।

ଗାୟତ୍ରୀଙ୍କ ସ୍ବାମୀ ଜିତେନ୍ଦ୍ର ମଲ୍ଲିକ ମଧ୍ୟ ବିଏ ଚୌଧୁରୀ ଚରଣ ସିଂ ବିଶ୍ବବିଦ୍ୟାଳୟ ମେରଟରୁ ବିଇଡି ଏବଂ କାମରାଜ ୟୁନଭରସିଟିରୁ ବିଏ ସାର୍ଟିଫିକେଟ ଆଣି ଚାକିରି କରୁଛନ୍ତି। ଜିତେନ୍ଦ୍ର ମଲ୍ଲିକ ବର୍ତମାନ ଅନୁଗୁଲ ଜିଲ୍ଲା କନିହାଁ ବ୍ଲକ କଟାପାଲି ହାଇସ୍କୁଲରେ ଶିକ୍ଷକ ଅଛନ୍ତି। ବଲାଙ୍ଗିର ଜିଲ୍ଲାରେ ଫେକ୍ ସାର୍ଟିଫିକେଟ ଘଟଣା ଜଣାପଡିବା ପରେ ତତ୍କାଳୀନ ବଲାଙ୍ଗିର ଏସପି ଏବଂ ଜିଲ୍ଲାପାଳ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦେଶ ଦେଇଥିଲେ।

ସଂଦେହରେ ଥିବା ଅନେକ ଶିକ୍ଷ କଙ୍କ ବିଏ ବିଇଡି ସାର୍ଟିଫିକେଟ ଯାଞ୍ଚ ପାଇଁ ସଂପୃକ୍ତ ବିଶ୍ବବିଦ୍ୟାଳୟ ମାନଙ୍କୁ ଚିଠି ଲେଖିଥିଲେ। ସଂପୃକ୍ତ ୟୁନଭରସିଟି ତରଫରୁ ସାର୍ଟିଫିକେଟ ଯାଞ୍ଚ ରିପୋର୍ଟ ଆସିଛି। କିନ୍ତୁ ଉଭୟ ବଲାଙ୍ଗିର ଏବଂ ଅନୁଗୁଲ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ଚାପୁଥିବା ଚର୍ଚ୍ଚା ହେଉଛି। ନକଲି ଶିକ୍ଷ କଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। ସେହିପରି ମୂରିବାହାଲ ବ୍ଲକ ସାଲେପଡା ପ୍ରାଥମିକ ବିଦ୍ୟାଳୟରେ ୩୨ବର୍ଷ ହେଲା କାର୍ଯ୍ୟରତ ସେବତୀ ଦାସ। କିନ୍ତୁ ତାଙ୍କ ଶିକ୍ଷାଗତ ପ୍ରମାଣପତ୍ର,ଜାତି ପ୍ରମାଣପତ୍ର ସହ ନିଯୁକ୍ତି ପତ୍ର ଏବଂ ଚାକିରି କରୁଥିବା ନାମକୁ ନେଇ ସଂଦେହ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ଆଜିଠାରୁ ଏକମାସ
44m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି