ନୃତ୍ୟ ଗୁରୁଙ୍କ ନାଁରେ ସୋସିଆଲ ମିଡ଼ିଆ ଅସଦାଚରଣ ଅଭିଯୋଗ
by Argus News
Sun, Oct 27 | 4:06 p.m.

ଅର୍ଗସ ବ୍ୟୁରୋ :  ସମ୍ବଲପୁର ରେ ଜଣେ ନୃତ୍ୟ ଗୁରୁଙ୍କ ନାମରେ ଜଣେ ଯୁବତୀ କଳାକାର ସୋସିଆଲ ମିଡ଼ିଆ ରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ୨୨ ତାରିଖ ସମ୍ବଲପୁର କଳାପରିଷଦ ର କିଛି କଳାକାର ବାଙ୍ଗାଲୋର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ନୃତ୍ୟ ପରିବେଷଣ କରିବା ପାଇ ଯାଇଥିଲେ । ଯୁବତୀ କଳାକାର ଜଣକ ୨୨ ତାରିଖ ଏକ ରୁମ ଭିତରେ ସୂର୍ଯ୍ୟ ଗୁରୁ ତାଙ୍କୁ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆ ରେ ଅଭିଯୋଗ କରିଛନ୍ତି ।  ଏନେଇ ସେ ସମ୍ବଲପୁର ଜ଼ିଲ୍ଲାପାଳ ତଦନ୍ତ କରନ୍ତୁ ବୋଲି ସୋସିଆଲ ମିଡ଼ିଆ ରେ ସେ ଲେଖିଛନ୍ତି । ସେପଟେ ସମ୍ବଲପୁର ଜିଲ୍ଲାପାଳ ପାଖରେ ଏଭଲି କୌଣସି ହୋଇନାହି ।

ଅଧିକ ପଢନ୍ତୁ ଓଡିଶା ଖବର 

କେବଳ ସୋସିଆଲ ମିଡ଼ିଆ ରୁ ଜଣାପଡିଛି । ଅଭିଯୋଗ ହେଲେ ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ ବୋଲି ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ନୃତ୍ୟ ଗୁରୁ ସୂର୍ଯ୍ୟ ଏପରି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି । ଯଦି ମୁଁ ଏମିତି କିଛି କରିଥାନ୍ତି ତାହେଲେ ସେ ଏତେ ଦିନ ଧରି କାହିଁକି ଚୁପ ଥିଲେ l ଗୋଟିଏ ମାସ ପରେ ସାମାଜିକ ଗଣ ମାଧ୍ୟମ ରେ କାହିଁକି କହିଲେ । ଯଦି ମୋ ବିରୋଧ ରେ କିଛି ପ୍ରମାଣ ଅଛି ତାହେଲେ ଥାନାରେ ଅଭିଯୋଗ କରନ୍ତୁ । ଏହା ମତେ ବଦନାମ କରିବା ପାଇଁ କରାଯାଇଛି ।

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ