ନଗଡ଼ାରେ ପୁଣି ଅନାହାର ମୃତ୍ୟୁ ଅଭିଯୋଗ
by Argus News
Sun, Mar 10 | 7:24 p.m.

ଅର୍ଗସ ବ୍ୟୁରୋ: ନାହିଁନାହିଁରେ ଲୁହ ନିଗାଡୁଛି ନଗଡ଼ା । ଦାରିଦ୍ର୍ୟତାର କଷାଘାତରେ ନଇଁ ପଡୁଛି ମେରୁଦଣ୍ଡ, ଯାଉଛି ଜୀବନ । ନଗଡ଼ା ମଥାରୁ ଲିଭୁନି ଅପପୁଷ୍ଟିର ଅପବାଦ । ଯାଜପୁର କାଳିଆପାଣି ଥାନା ଅନ୍ତର୍ଗତ ନଗଡା ତଳଡିହରୁ ପୁଣି ସାମ୍ନାକୁ ଆସିଛି ଭୋକର ବିକଳ ଚିତ୍ର । ତଳଡିହ ଗାଁରେ ଗୁରୁ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ଅନୁସାରେ ଗୁରୁ ପ୍ରଧାନ  ପାଞ୍ଚ ଦିନ ହେଲା ଖାଇବାକୁ ପାଇ ନଥିଲେ। ଦେହ ଅସୁସ୍ଥ ହେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ଗୁରୁଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଖାଦ୍ୟ ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ଗୁରୁ ପ୍ରଧାନଙ୍କ ୧୩ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ମଧ୍ୟ ଅପପୃଷ୍ଟିରେ ମୃତୁ ବରଣ କରିଥିବା ଅଭିଯୋଗ ହୋଇଥିଲା ।

ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ନଗଡ଼ାର ଭାଗ୍ୟ ବଦଳାଇବାରେ ବିଫଳ ହୋଇଛନ୍ତି । ୨୦୧୬ରେ ନଗଡାରେ ଅପପୃଷ୍ଟି କବଳରେ ୧୯ ଶିଶୁଙ୍କ ଜୀବନ ଯିବାପରେ ବଦନାମ ହୋଇଥିଲେ ରାଜ୍ୟ ସରକାର । ଅପପୁଷ୍ଟି ରୋକିବାକୁ ବିଭିନ୍ନ ପଦକ୍ଷେପ ନେବା ସତ୍ତ୍ବେ ବି ବିଫଳ ହୋଇଥିଲେ ସରକାର ।  ପ୍ରାୟ ୩ କିଲୋମିଟର କାନ୍ଧରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ, ଆଉ ଜୀବନ ଯିବା ପରେ ପୁଣି ୩ କିଲୋମିଟର କାନ୍ଧରେ ବୁହାହେଲେ ଗୁରୁ ପ୍ରଧାନ। 24 ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରର ବିଫଳତା ଓ ଚରମ ଅପାରଗତାର ପ୍ରମାଣ ଦେଉଛି ନଗଡ଼ାବାସୀଙ୍କ ଏପରି ଦୁର୍ଦ୍ଦଶା ।

ଦଶନ୍ଦି ଦଶନ୍ଦି ଧରି ପ୍ରତାରିତ ନଗଡ଼ା । ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେବି ବଦଳୁନି ନଗଡ଼ାରେ ଭୋକର ବିକଳ ଚିତ୍ର । ପ୍ରଚୂର୍ଯ୍ୟ ଭରା ସୁକିନ୍ଦା ବ୍ଲକ ଏସିଆ ମହାଦେଶର ସର୍ବବୃହତ କ୍ରୋମ ଉପତ୍ୟକା, ଯେଉଁଠୁ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଯାଉଛି, ସେଇଠି ରହିଛି ନାଗଡା । ଯେଉଁଠି ଆଜିବି ଅପପୃଷ୍ଟିରେ ଆଖି ବୁଜୁଛନ୍ତି ନିରୀହ ଜୁଆଙ୍ଗ ଆଦିବାସୀ। ରିପୋର୍ଟ ଅନୁସାରେ ଯାଜପୁର ଜିଲ୍ଲାରେ 1.29 ଲକ୍ଷ ଛୋଟ ପିଲାଙ୍କ ମଧ୍ୟରୁ 0.78 ପ୍ରତିଶତ ସିଭିୟର ଆକ୍ୟୁଟ ମାଲନ୍ୟୁଟ୍ରିସନ ଓ 2.11 ପ୍ରତିଶତ ମଡରେଟ ଆକ୍ୟୁଟ ମାଲନ୍ୟୁଟ୍ରିସନରେ ଆକ୍ରାନ୍ତ । ଯାହାକୁ ନେଇ 2022 ମେ ମାସରେ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ଫେଲ ମାରିଛି ରାଜ୍ୟ ସରକାରଙ୍କ ନଗଡ଼ା ମାଷ୍ଟର ପ୍ଲାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଲକ୍ଷ୍ମୀ ବସ
9m ago
ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟେରିଙ୍ଗ
ମୟୂରଭଞ୍ଜ: ଲକ୍ଷ୍ମୀ ବସରେ ଅସୁରକ୍ଷିତ ମହିଳା। କାରଣ ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟେରିଙ୍ଗ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଉର୍ମଳ ଛକ ନିକଟରେ। ଉଦଳା ରୁ ବହୁବନ୍ଧ
ବଜ୍ରପାତରେ
19m ago
ବଜ୍ରପାତରେ ୫ ଗୋରୁ ଜୀବନ୍ତ ଦଗ୍ଧ
ଅର୍ଗସ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ହୋଇଥିବା କାଳ ବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତରେ ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡା
ପୁଲିଂ ଅଧିକାରୀ
41m ago
ବୁଥ ଅଭିମୁଖେ ବାହାରିଲେ ପୁଲିଂ ଅଧିକାରୀ
କଳାହାଣ୍ଡି: ଦେଶର ସବୁଠାରୁ ବଡ ପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଏବ