ବ୍ଲକ ଉପାଧ୍ୟକ୍ଷ ଲୋକଙ୍କ ଭତ୍ତା ଟଙ୍କା ଉଠାଉଥିବା ଅଭିଯୋଗ
by Argus News
Wed, Apr 24 | 3:04 p.m.

ଅର୍ଗସ ବ୍ୟୁରୋ:  ଆଠଗଡ଼ରେ ଭତ୍ତା କେଳେଙ୍କାରୀ। ଆଠଗଡ଼ ବ୍ଲକ ଉପାଧ୍ୟକ୍ଷ ଭତ୍ତା ଟଙ୍କା ଉଠାଉଥିବା ଅଭିଯୋଗ। ପ୍ରଶାସନ ଜାଣତରେ ମହାକାଳବସ୍ତ ପଞ୍ଚାୟତ ଦହିସରା ଗ୍ରାମର ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଭତ୍ତା ଟଙ୍କା ଆଠଗଡ଼ ବ୍ଲକ ଉପାଧ୍ୟକ୍ଷ ଉଠାଇଛନ୍ତି । ଗ୍ରାମର  ଦୁଇ ଜଣ ବରିଷ୍ଠ ନାଗରିକ ରବିନ୍ଦ୍ର ଦାସ ଏବଂ ତାଙ୍କର ସ୍ତ୍ରୀ ରମ୍ଭା ଦାସଙ୍କର ଗତ ଦୁଇ ମାସର ବର୍ଦ୍ଧିତ ଭତ୍ତା ଟଙ୍କା ବ୍ଲକ ଉପାଧ୍ୟକ୍ଷ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ପାଖାପାଖି ୮୦ ଜଣ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ଟଙ୍କାଙ୍କୁ ହଡ଼ପ କରିଥିବା ଜଣାପଡିଛି। ଆଠଗଡ଼ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୃଦ୍ଧ ଦମ୍ପତି । ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏଘଟଣା ରାଜ୍ୟରେ ନୂଆ ନୁହେଁ ସତ। ହେଲେ ଏପରି ଘଟଣା ବାରମ୍ୱାର ଘଟୁଥିବା କାରଣରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ