ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ
by Argus News
Sun, Sep 22 | 2:20 p.m.

କେନ୍ଦୁଝର: ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ଗାଁ କୁ ରାସ୍ତା ନଥିବାରୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ପରିବାର ଲୋକେ ଖଟିଆରେ ପାଖାପାଖି ୧ କିଲୋମିଟର ରାସ୍ତା ଏବଂ ଏକ ନାଳ ପାର କରାଇଥିଲେ।

ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ମଧୁବନ ଗ୍ରାମରେ। ଗ୍ରାମର ମାସି ଗୁଇଆଙ୍କ ପତ୍ନୀ ପାର୍ବତୀଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଫଳରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ମଧୁବନ ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବାରୁ ଏବଂ ମଝିରେ ଏକ ନାଳ ଥିବାରୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ। ପରିବାର ଲୋକେ ପାର୍ବତୀଙ୍କୁ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ । ଆମ୍ବୁଲାନ୍ସ ଯୋଗେ ପାର୍ବତୀଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା