'କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ'
by Argus News
Sat, Apr 20 | 7:23 a.m.

ଅର୍ଗସ ବ୍ୟୁରୋ: ଏଥର ଓଡ଼ିଶାରେ ନବୀନଙ୍କ ସହ ହେବ ସାମ୍ନାସାମ୍ନି ଲଢ଼େଇ । ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ଅମିତ ଶାହ କଲେ ଅନୁରୋଧ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ ହେଉଛି । 

'ଓଡ଼ିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ନିର୍ବାଚନ ଲଢ଼ିବାକୁ ବିଜେପି ସ୍ଥିର କରିଛି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏବଂ ନିଷ୍ପତ୍ତି ଆଧାରରେ ପଦକ୍ଷେପ ନେଇଥିବା କହିଛନ୍ତି ଅମିତ୍ ଶାହ । ଆହୁରି ମଧ୍ୟ ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ସେ ଅନୁରୋଧ କରିଛନ୍ତି । ମୋଦି ଯେଉଁଠି ବିଜୟୀ ହୋଇଛନ୍ତି ସେଠି ବିକାଶ ଦ୍ରୁତ ଗତିରେ ହୋଇଛି। ଏଣୁ ଓଡ଼ିଶାରେ ବି ବିକାଶ ଦ୍ରୁତ ଗତିରେ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି ଅମିତ୍ ଶାହ।

ଆହୁରି ପଢନ୍ତୁ ଭାରତ ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ