ବିଶାଳ ଜନସମାବେଶକୁ ସମ୍ବୋଧନ କରି ମମତା ସରକାରର ଦୁର୍ନୀତିର ପୋଲ ଖୋଲିଲେ
by Argus News
Wed, Nov 29 | 9:23 p.m.

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣ ହୁଙ୍କାର । ବିଶାଳ ଜନସମାବେଶକୁ ସମ୍ବୋଧନ କରି ମମତା ସରକାରର ଦୁର୍ନୀତିର ପୋଲ ଖୋଲିଲେ । ଭ୍ରଷ୍ଟାଚାରୀ ଶାସନକୁ ଓପାଡ଼ି ଫୋପାଡ଼ିବାକୁ ଲୋକଙ୍କୁ ଦେଲେ ଆହ୍ବାନ । କହିଲେ ଯେଉଁ ମମତା ବାନାର୍ଜୀ ଦିନେ ନିର୍ବାଚନ ହିଂସା ନେଇ ଲଢୁଥିଲେ ଆଜି ତାଙ୍କରି ଦଳ ହିଂସାକର୍ମୀ ପାଲଟିଛନ୍ତି । ତେବେ ନାଗରିକତା ସଂଶୋଧନ ଆଇନର ଅଲବତ କାର୍ଯ୍ୟକାରି ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । 
ଅଧିକ ପଢନ୍ତୁ ଭାରତ ଖବର

ଏହି ଆଇନର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ୨୦୨୬ରେ ରାଜ୍ୟରେ ବିଜେପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ କ୍ଷମତାକୁ ଆସିବ ବୋଲି ଦାବି କରିଛନ୍ତି ଶାହ । ୨୦୨୪ ଲୋକସଭା ନିର୍ବାଚନ ରାଜ୍ୟରେ ବିଜେପିର ପ୍ରଦର୍ଶନ ଓ ବିଧାନସଭା ନିର୍ବାଚନରେ ବିଜେପି ବିଜୟର ମୂଳଦୁଆ ପକାଇବ ବୋଲି ସେ କହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ୪୨ଟି ଆସନରୁ ୧୮ଟିରେ ବିଜୟୀ ହୋଇଥିଲା ବିଜେପି । ଯାହା କି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ