ପଣସ ଚୋରିକୁ ନେଇ ମରଣାନ୍ତକ ଆକ୍ରମଣ 
by Argus News
Wed, Apr 10 | 7:13 p.m.

କେନ୍ଦୁଝର: ଗଛରୁ ପଣସ କାଟିନେଇଥିବା ଅଭିଯୋଗ କରି ବୃଦ୍ଧା ମା ଓ ପୁଅ କୁ ପଡୋସୀ ଙ୍କ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ଉଭୟ ମା-ପୁଅ ଡାକ୍ତରଖାନା ରେ ଭର୍ତ୍ତି । ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁ ରେ ଦେଖିବାକୁ ମିଳିଛି  ଏଭଳି ଘଟଣା। ଗାଁ ର ଅକୃର ବେହେରାଙ୍କ ଗଛରୁ କେହି ପଣସ କାଟି ନେଇଥିଲା।  ତେବେ ଗତ କାଲି ସଂନ୍ଧ୍ୟା ରେ ଅକ୍ରୁର ନିଜର ପଡୋଷୀ ବୃଦ୍ଧା ଦେବକି ବେହେରାଙ୍କୁ ପଣସ କାଟିନେଇଥିବା ସନ୍ଦେହ କରି ଗାଳି ଗୁଲଜ କରିଥିଲେ। ସେହି ଘଟଣା କୁ କେନ୍ଦ୍ରକରି ଆଜି ପୁଣିଥରେ ଝଗଡା ହୋଇଥିଲା।

ଝଗଡା ସମୟରେ ଏକ ଠେଙ୍ଗାରେ ଅକୃର ଦେବକି ଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ,  ଏହି ସମୟରେ ଦେବକୀ ଙ୍କ ପୁଅ ନବଘନ ବାହାରି ଆସି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ ଅକୃର।ଉଭୟ ମା ଓ ପୁଅଙ୍କୁ ଗାଁ ଲୋକେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ପୋଲିସ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

MANMOHAN SAMAL
13m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
37m ago
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ
ରଣ ହୁଙ୍କାର
41m ago
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍