ଆଉ କିଛି ସମୟ ପରେ ଧରାପୃଷ୍ଠ ଅବତରଣ କରିବେ ପ୍ରଭୁ ଯୀଶୁ  
by Argus News
Sun, Dec 24 | 8:40 p.m.

କଟକ:  ଆଉ କିଛି ସମୟ ପରେ ଧରାପୃଷ୍ଠ ଅବତରଣ କରିବେ ପ୍ରଭୁ ଯୀଶୁ  ।  ଯୀଶୁଙ୍କ ସ୍ବାଗତ ପାଇଁ ଭାଇଚାରାର ସହର କଟକରେ ଶେଷ ହୋଇଛି ପ୍ରସ୍ତୁତି। ସଜେଇ ହୋଇଛି ଚର୍ଚ୍ଚ ଗୁଡିକ।  କଟକ ସହରର ଥିବା କ୍ୟାଥେଲିକ ଚର୍ଚ୍ଚ, ବାପଟିଷ୍ଟ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଚର୍ଚ୍ଚ ଗୁଡିକ   ରଙ୍ଗ ବେରଙ୍ଗ ଆଲୋକରେ ସଜେଇ ହୋଇଛି।

ରଙ୍ଗୀନ ଆଲୋକ ମାଳରେ ଝଲସିବ ଯୀଶୁ ଜନ୍ମ ନେଇଥିବା ପବିତ୍ର ଗୁହାଳ ଠାରୁ ଆରମ୍ଭ କରି ଚର୍ଚ୍ଚ ମୁଖଶାଳା ପର୍ଯ୍ୟନ୍ତ । ଖ୍ରୀଷ୍ଟମାସ ବଜାରରେ ମଧ୍ୟ ଲାଗିଛି ଭିଡ଼।  ଖ୍ରୀଷ୍ଟମାସ ଟ୍ରି , କ୍ରିଙ୍ଗବେଲ, ଲାଇଟ, ସାଣ୍ଟାକ୍ଲୋଜ ଡ୍ରେସ୍ , ଟୋପି କିଣି ନେଉଛନ୍ତି ଗ୍ରାହକ । ଅତି ଉତ୍କଣ୍ଠାର ସହ ବର୍ଷକ ପରେ ଖ୍ରୀଷ୍ଟମାସ ଧୁମଧାମରେ ପାଳନ କରିବାକୁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ।  ସାମୁହିକ ପାର୍ଥନା ପାଇଁ ଶେଷ ହୋଇଛି ପ୍ରସ୍ତୁତି।  କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟ ସଂପ୍ରଦାୟ ମଧ୍ୟ ସାମିଲ ହୋଇଥାନ୍ତି ବଡଦିନ ପାଳନରେ ।  ବଡ଼ ଦିନରେ ଭିଡ଼କୁ ଦୃଷ୍ଟିରେ ରଖି କଟକ ସହରରେ ଥିବା ସମସ୍ତ ଚର୍ଚ୍ଚ ଆଗରେ ପୋଲିସ ମୁତୟନ ରହିବେ।
 ଅଧିକ ଦେଖନ୍ତୁ :
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି