ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର
by Argus News
Wed, Dec 04 | 6:28 p.m.

ଅର୍ଗସ ବ୍ୟୁରୋ:  ବଲାଙ୍ଗିରରୁ ଆସିଲା ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର । ତୁରେକେଲା ଆଦିବାସୀ ବହୁଳ ଘୁନେଶ ପଂଚାୟତ ବର୍ଲା ଗାଁର । ଗାଁ ଥିବା ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ବର୍ଷ ହେଲା ଅଧପନ୍ତରିଆ ଭାବେ ପଡି ରହିଛି । ପୂର୍ବରୁ ଏକ ଅଙ୍ଗନୱାଡି କେନ୍ଦ୍ର ରହିଥିଲା ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ତାହା ଜୀରାଜର୍ଣ୍ଣ ଅବସ୍ଥାରେ ପଡି ରହିଛି। ଅନ୍ୟ ଜଣେ ଲୋକଙ୍କ ଘରେ ଶିକ୍ଷାଦାନ କରୁଛନ୍ତି ଅଙ୍ଗନୱାଡି କର୍ମୀ ।  ବିଭିନ୍ନ ସମୟ ରେ ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି।

ଅଙ୍ଗନୱାଡି ଘର ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ଏଥିରେ କୋଠା କାମ ମଧ୍ୟ ହୋଇଛି ମାତ୍ର ସମ୍ପୁର୍ଣ୍ଣ ହୋଇ ପାରିନି କୋଠା କାମ। ଦିର୍ଘ ଦିନ ହେବ କାମ ନହେବାରୁ ନିର୍ମାଣଧିନ ଘରବି ନଷ୍ଟ ହୋଇ ଗଲାଣି। ଅନାବନା ଗଛ ଭିତରେ ଭୂତକୋଠୀର ଭ୍ରମ ଶ୍ରୁଷ୍ଟି କରିଛି ଅଙ୍ଗନୱାଡି ଘର। ଏପଟେ ନିଜସ୍ବ ଘର ନଥିବାରୁ ବାରଦୁଆର ସୁଣ୍ଢିପିଣ୍ଡା ହେଉଛନ୍ତି କୋମଳମତି ଶିଶୁ।

ସମସ୍ୟା ଅନେକ, ସମାଧାନ ନାହିଁ । ଆଉ ଏହି ନାହିଁ ଭିତରେ ଘାଣ୍ଟି ହେଉଛି କୋମଳମତି ଶିଶୁଙ୍କ ଭବିଶ୍ୟତ। ପୂର୍ବସରକାର ସଵୁ ଜାଣି ମଧ୍ୟ ଏହାର ସମାଧାନ ପାଇଁ ଆନ୍ତରିକତା ଦେଖାଇଲେନି । ଏବେ ନୂଆ ଶରକାରଙ୍କ ଉପରେ ଆଶା ରଖିଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ବାଘ ମୃତ୍ୟୁ
2m ago
ଭାରତରେ ବାଘ ମୃତ୍ୟୁ ହାର ୩୭ ପ୍ରତିଶତକୁ କମିଛି
ଅର୍ଗସ ବ୍ୟୁରୋ: ଭାରତରେ କମିଛି ବାଘ ମୃତ୍ୟୁ ସଂଖ୍ୟା । ନେସନାଲ୍ ଟାଇଗର୍ କନଜରଭେସନ୍ ଅଥୋରିଟିର ଏକ ରିପୋର୍ଟ ଅନୁସାରେ ଭାରତରେ ବାଘ ମୃତ୍ୟୁ ହାର ୩୭ ପ୍ରତିଶତକୁ କମିଛି । ପୂର୍ବ ବର୍
କଂଗ୍ରେସ କନ୍ଦଳ
ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ
ଅର୍ଗସ ବ୍ୟୁରୋ: ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ । ପୁଣି ପଦାରେ ପଡିଲା କଂଗ୍ରେସ କନ୍ଦଳ । ଆଜି ଅଧିବେଶନ ଚାଲିଥିବା ସମୟରେ ବିଧାୟକ ଦାଶରଥୀ ଗମାଙ୍ଗୋ
STONES
ବେଆଇନ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗରେ ପୋଲିସର ଚଢ଼ାଉ
ଅର୍ଗସ ବ୍ୟୁରୋ: ବେଆଇନ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗରେ ପୋଲିସର ଚଢ଼ାଉ । ୩ଟି ଟ୍ରକ ଜବତ ୨ଡ୍ରାଇଭର ଗିରଫ। ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୌଜାର
ଖୁବଶୀଘ୍ର ବିବାହ
ଖୁବଶୀଘ୍ର ବିବାହ କରିବେ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ
ଅର୍ଗସ ବ୍ୟୁରୋ: ଏବେ ସାଉଥ ଇଣ୍ଡଷ୍ଟ୍ରିରେ ଚାଲିଛି ବିବାହ ସିଜନ। ଗତ ଦୁଇ ଦିନ ହେଲା ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ ଖୁବ ଧୁମଧାମରେ ହୋଇଥିଲା। ଏହି ଚର୍ଚ୍ଚା ଥମି
ମୈଦାନରେ
ମୈଦାନରେ ମୁହାଁମୁହିଁ ସିରାଜ୍ ଆଉ ହେଡ୍
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ମାଟିରେ ଗରମାଗରମ ପରିସ୍ଥିତି। ଆଡିଲେଟରେ ସିରାଜ ଦେଲେ ଚଲ ହଟର ଇସାରା। ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା 2ୟ ଟେଷ୍ଟ ମ୍ୟାଚରେ ସୃଷ୍ଟି ହୋଇଛି ଗରମାଗର