ଫିଲ୍ମ 'ନାୟକ' ପାଇଁ ପ୍ରଥମ ପସନ୍ଦ ନଥିଲେ ଅନିଲ କପୁର
by Argus News
Sat, Mar 23 | 3:33 p.m.

ଅର୍ଗସ ବ୍ୟୁରୋ: ଫିଲ୍ମ ନାୟକ ପାଇଁ ପ୍ରଥମ ପସନ୍ଦ ନଥିଲେ ଅଭିନେତା ଅନିଲ କପୁର ଫିଲ୍ମରେ ଆସିବା ପରେ ମଧ୍ୟ ଏମିତି ଏକ ସିନ୍‌ ଥିଲା ଯେଉଁଥିପାଇଁ ଅନିଲ କପୁର ସଙ୍କୋଚରେ ଥିଲେ ଏବଂ ଡାଇରେକ୍ଟର ଶଙ୍କର କହିଥିଲେ ଯେ, ହିରୋ ଚେଞ୍ଚ କରିଦେବି କିନ୍ତୁ ସିନ୍‌ ନୁହେଁ। ଅଭିନେତା ଅନିଲ କପୁରଙ୍କର ସବୁଠାରୁ ଆଇକନିକ ଫିଲ୍ମ ଭିତରୁ 'ନାୟକ' ହେଉଛି ଅନ୍ୟତମ। ଯାହା ପୁଣିଥରେ ଚର୍ଚ୍ଚାରେ । ଜଣେ ସାଧାରଣ ଲୋକ ରାତାରାତି ମୁଖ୍ୟମନ୍ତ୍ରୀ ହେବା ଏବଂ 'ସିଷ୍ଟମ୍' ପରିବର୍ତ୍ତନ କରିବାର ଏହି କାହାଣୀ କେବଳ ଜନସାଧାରଣଙ୍କୁ ବଡ଼ ମନୋରଞ୍ଜନ ଯୋଗାଇଲା ନାହିଁ, ବରଂ ଏକ ଦୃଢ଼  ସାମାଜିକ ବାର୍ତ୍ତା ମଧ୍ୟ ଦେଇଥିଲା । ବର୍ତ୍ତମାନ ଏହି ଫିଲ୍ମଟି ଚର୍ଚ୍ଚାରେ ଅଛି । କାରଣ ଏହି ଫିଲ୍ମର  ସିକ୍ୱେଲ 2001ରେ ତିଆରି କରିବାର ଖବର ଆସିବା ଆରମ୍ଭ ହୋଇଥିଲା।

ରିପୋର୍ଟରୁ ଜଣାପଡିଛି ଯେ 'ପଠାନ' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ 'ନାୟକ ୨' ନିର୍ମାଣ ପାଇଁ କାର୍ଯ୍ୟ କରୁଛନ୍ତି ।  ନିର୍ଦ୍ଦେଶକ ମିଲାନ୍ ଲୁଥ୍ରିଆଙ୍କ ସହ ହାତ ମିଳାଇଛନ୍ତି | ଅନିଲ କପୁରଙ୍କ ନାମ ଫିଲ୍ମର କାଷ୍ଟରେ ରହିବ କି ନାହିଁ ସେନେଇ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ କପୁର ମଧ୍ୟ 'ନାୟକ' ପାଇଁ ପ୍ରଥମ ପସନ୍ଦ ନଥିଲେ। ଫିଲ୍ମକୁ ଆସିବା ପରେ ମଧ୍ୟ ଏପରି ଏକ ଦୃଶ୍ୟ ଥିଲା ଯେଉଁଥି ପାଇଁ ଅନିଲ କୁଣ୍ଠୋବୋଧ କରିଥିଲେ ଏବଂ ନିର୍ଦ୍ଦେଶକ ଶଙ୍କର କହିଥିଲେ ଯେ 'ମୁଁ ହିରୋ ବଦଳାଇବି, କିନ୍ତୁ ଦୃଶ୍ୟ ନୁହେଁ', ।

ପ୍ରଥମେ ଅମିର ଖାନଙ୍କୁ ଏହି ଫିଲ୍ମ ପାଇଁ ଅଫର ଯାଇଥିଲା। ହେଲେ ସେ ମନା କରିଦେଇଥିଲେ । ତାପରେ ଶାହାରୁଖ ଖାନଙ୍କ ପାଇଁ ଏହି ଫିଲ୍ମର ଅଫର ଯାଇଥିଲା। ସେ ମଧ୍ୟ ଏହି ଫିଲ୍ମକୁ ମନା କରିଦେଇଥିଲେ ଆଉ ଶେଷରେ ଅନିଲ କପୁର ହିଁ ଏହି ଫିଲ୍ମ ପାଇଁ ୁପଯୁକ୍ତ ଥିଲେ ଏବଂ ସମସ୍ତ ସିନ କରିଥିଲେ। ଯେଉଁ ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

ରାଜଧାନୀରେ ଗତ
30m ago
ରାଜଧାନୀରେ ଗତ ରାତିରେ ବିଜୁଳି, ଘଡଘଡି, ପବନ ସାଙ୍ଗକୁ ଅତିପ୍ରବଳ ବର୍ଷା
ଅର୍ଗସ ବ୍ୟୁରୋ: ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍
ଆଜି କଣ୍ଟାବାଞ୍ଜି
31m ago
ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅର୍ଗସ ବ୍ୟୁରୋ: ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜକୁ ଆକସେପ୍ଟ କରିବେ କି? ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡ଼ିଶା ସଫଳ ହେବ କି
ସକାଳୁ ଷ୍ଟାଡିୟମରେ
ସକାଳୁ ଷ୍ଟାଡିୟମରେ ପହଞ୍ଚି କ୍ରୀଡ଼ାବିତଙ୍କୁ ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ
ଅର୍ଗସ ବ୍ୟୁରୋ: ସମ୍ବଲପୁର ଭି ଏସ ଏସ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳୁ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ସହିତ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ