ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ?
by Argus News
Sat, Apr 06 | 5:40 p.m.

ଚମ୍ପୁଆ: ବାଲିବନ୍ଧ ସେକ୍ସନ, ଚମକପୁର ସଂରକ୍ଷିତ ଜଙ୍ଗଲରେ ଆଜି ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲ ମଝିରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଡିଏଫଓ ଧନରାଜ ହନୁମନ୍ତ, ଏ ସି ଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ବାନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ, ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ସହ ଜଏଣ୍ଟ ଟାସ୍କ ଫୋର୍, ଅନ୍ୟ ବନ କର୍ମଚାରୀ ଓ ଚମ୍ପୁଆ ପୋଲିସ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ପାଖାପାଖି ତିନି ସପ୍ତାହ ତଳେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ ହାତୀଟି ମଧ୍ୟମ ବୟସର ମାଈ ହାତୀ ବୋଲି ବନ ବିଭାଗ ସନ୍ଦେହ କରୁଛି । ତେବେ ହାତୀର ଦାନ୍ତ କାଟି କେହି ନେଇ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ହସ୍ତୀ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନଥିବାବେଳେ, ସ୍ଥାନୀୟ ଜନଜାତିର ଲୋକେ ଅନେକ ସମୟରେ ବାରହା ଶିକାର ପାଇଁ ବ୍ୟବହାର କରୁଥିବା ବୋମା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । 

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ କେମିକାଲ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କେନ୍ଦୁଝର ଡି ଏଫ୍ ଓ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହାତୀର ଗତି ବିଧି ଉପରେ ବନ ବିଭାଗ ସବୁ ବେଳେ ନଜର ରଖୁଥିବା କଥା କହୁଥିଲା ବେଳେ, ଏହି ହାତୀଟିର ମୃତ୍ୟୁ ପାଇଁ କିଏ ଦାୟୀ ।

ଆହୁରି ପଢନ୍ତୁ ଓଡିଶା ଖବର...
 

EMPLOYEES
24m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
49m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ