ଭାଇରାଲ ହେଉଛି ଛାତ୍ରଙ୍କ ଉତ୍ତର, ଆପଣ ବି ପଢିଲେ ରୋକିପାରିବେନି ହସ
by Argus News
Tue, May 21 | 12:17 p.m.

ଅର୍ଗସ ବ୍ୟୁରୋ : ଭାଇରାଲ ହେଉଛି ଛାତ୍ରଙ୍କ ପ୍ରଶ୍ନର ଉତ୍ତର । ଯେଉଁଥିରେ ସେ ଏମିତି ଉତ୍ତର ଲେଖିଛନ୍ତି ଯେ , ଶିକ୍ଷକ ତାର ବୁଦ୍ଧିପାଇଁ ତାଙ୍କୁ ୫ ମାର୍କ ଦେଇଛନ୍ତି । ସେହି ଉତ୍ତର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁ ଉତ୍ତର ଆପଣ ବି ପଢିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସରେ ମଧ୍ୟ ଉଡେଇବେ ।

ସୋସିଆଲ ମିଡିଆ ଯୁଗରେ ସବୁକିଛି ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ସେହିପରି ଜଣେ ଛାତ୍ରର ଉତ୍ତର ଖାତା ଇନଷ୍ଟାଗ୍ରାମ ପେଜରେ @n୨୧୫୪j ନାମକ ଏକ ଆଇଡି ଶେୟାର କରିଛନ୍ତି । ସେଥିରେ ହିନ୍ଦୀ ପ୍ରଶ୍ନରେ ପଚରାଯାଇଛି, "ସଂଯୁକ୍ତ ବ୍ୟଞ୍ଜନ କାହାକୁ କୁହାଯାଏ ?" ଆଉ ଛାତ୍ର ଜଣକ ଉତ୍ତରରେ ଲେଖିଛନ୍ତି, ମଟର ପନିର ସହ ଅନ୍ୟ ପରିବା ମିଶିଲେ ତାକୁ ସଂଯୁକ୍ତ ବ୍ୟଞ୍ଜନ କୁହାଯାଏ" । ସେହିପରି ଅନ୍ୟ ପ୍ରଶ୍ନରେ ଲେଖାଅଛି, " ଭୁତକାଳ କାହାକୁ କୁହାଯାଏ ?" ସେ ଲେଖିଛନ୍ତି, "ଯେତେବେଳେ ଭୂତ ଆମର କାଳ ହୋଇକି ଆସେ , ତାକୁ ଭୂତ କାଳ କୁହାଯାଏ ।" ଏପରି ଉତ୍ତର ପଢିବା ପରେ ଶିକ୍ଷକ ସେହି ଉତ୍ତରରେ ୧୦ରୁ ୫ ମାର୍କ ଦେବାସହ ଲେଖିଛନ୍ତି, "ତମର ଏପରି ବୁଦ୍ଧିପାଇଁ ମୁଁ ତୁମକୁ ୫ ମାର୍କ ଦେଉଛି ।"

 

 

View this post on Instagram

A post shared by Neeru prajapati 20 (@n2154j)

ସେଥିରେ ଅନେକ ଜଣ କମେଣ୍ଟରେ ଲେଖିଛନ୍ତି, ଛାତ୍ର ଜଣଙ୍କ ଏପରି ବୁଦ୍ଧି ଖଟାଇଛନ୍ତି, ତାଙ୍କୁ ପୁରା ମାର୍କ ଦେବା ଦରକାର । ଆଉ ଜଣେ ଲେଖିଛନ୍ତି, ହୁଏତ ଏହା ମିଛ ହେଇପାରେ, କାରଣ ପ୍ରଶ୍ନ ଯେଉଁ ଅକ୍ଷରରେ ଲେଖାଯାଇଛି, ଉତ୍ତର ମଧ୍ୟ ସେହି ଅକ୍ଷରରେ ଲେଖାଯାଇଛି । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ