ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାପାଇଁ ହେଉଥିବା ଉଦ୍ୟମକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବିରୋଧ
by Argus News
Thu, Feb 22 | 9:41 p.m.

ଅର୍ଗସ ବ୍ୟୁରୋ: ଐତିହ୍ୟ, ସଂସ୍କୃତି ପରମ୍ପରା ଓ ଅସ୍ମୀତାର ପ୍ରତୀକ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାପାଇଁ ଯେଉଁ ଉଦ୍ୟମ କରାଯାଇଛି। ତାକୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଭୈରବ ମହାନ୍ତିଙ୍କଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ, ଡକ୍ଟର ହରେକୃଷ୍ଣ ମହତାବଙ୍କ ଭଳି ରାଜନୈତିକ ନେତା ଓ କଟକ ବାରବାଟୀ ପ୍ରେମୀଙ୍କ ଉଦ୍ୟମ ଫଳରେ ଏହି ଷ୍ଟାଡିୟମ ପ୍ରତିଷ୍ଠା କରାଯାଇଥିଲା। ବାରବାଟୀ ଷ୍ଟାଡିୟମ ହେଉଛି ଓଡ଼ିଶାର ଏକ ଐତିହାସିକ ସ୍ଥଳ। 
ଓଡ଼ିଶା କ୍ରିକେଟ ଆସୋସିଏସନ ସହିତ ଆଲୋଚନା କରି ଷ୍ଟାଡିୟମକୁ ଭାଙ୍ଗିବାପାଇଁ ଯେଉଁ ଉଦ୍ୟମ ଆରମ୍ଭ କରାଯାଇଛି।

ତାକୁ ରାଜ୍ୟର ସମସ୍ତ ଓଡ଼ିଆ ପ୍ରେମୀ ବିରୋଧ କରିବାପାଇଁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଷ୍ଟାଡିୟମର ବନୀକରଣକୁ ସଂଗଠନ ବିରୋଧ କରୁନାହିଁ। ମାତ୍ର ଐତିହ୍ୟ ସମ୍ପନ୍ନ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାକୁ ଆମେ ବିରୋଧ କରୁଛୁ। 

ବାରବାଟୀ ଷ୍ଟାଡିୟମକୁ ନ ଭାଙ୍ଗି ଅନ୍ୟ ଜାଗାରେ ଷ୍ଟାଡିୟମ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଓଡ଼ିଶା ଅଲମ୍ପିକ ଆସୋସିଏସନର ଅଂଶବିଶେଷ ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ। ଓଡ଼ିଶା ଅଲମ୍ପିକ ଆସୋସିଏସନର ଅଂଶବିଶେଷ ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ। ଓଡ଼ିଶା ଅଲମ୍ପିକ ଆସୋସିଏସନର କର୍ମକର୍ତ୍ତାମାନଙ୍କ ମତାମତକୁ ଗ୍ରହଣ ନ କରିବା ଦ୍ବାରା ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆବାହକ ଶୀ ନନ୍ଦ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ମୁମ୍ବାଇରୁ ଲଣ୍ଡନ
5m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
7m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
10m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍