ଫିଲ୍ମ ନିର୍ଦ୍ଦେଶନାକୁ ଫେରିଲେ ଅନୁପମ ଖେର
by Argus News
Fri, Mar 08 | 2:34 p.m.

ଅର୍ଗସ ବ୍ୟୁରୋ: ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ତାଙ୍କ ଜନ୍ମଦିନରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ପ୍ରଶଂସଙ୍କୁ ଖୁସି ଖବର ଦେଇଛନ୍ତି। ଅଭିନେତା ଶେୟାର କରିଥିବା ଭିଡିଓରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ଘୋଷଣା କରିଛନ୍ତି।

 

View this post on Instagram

A post shared by Anupam Kher (@anupampkher)

ଭିଡିଓରେ ଅନୁପମ ତାଙ୍କ ମା’ଙ୍କ ସହିତ ପୂଜା ଘରେ ବାପାଙ୍କ ଛବି ସାମ୍ନାରେ ଠିଆ ହୋଇ ‘ତାନଭି ଦି ଗ୍ରେଟ୍’ ନାମକ ଚଳଚ୍ଚିତ୍ରର ସେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି।

ସୋସିଆଲ ମିଡିଆରୁ ଦୂରେଇ ରହିବାର କାରଣ କହିଲେ ରାଣୀ

ଭିଡିଓର କ୍ୟାପସନରେ ଅନୁପମ ଲେଖିଛନ୍ତି, ‘ତାନଭି ଦି ଗ୍ରେଟ୍’ ସିନେମା ନାମକୁ ମୋର ଜନ୍ମଦିନରେ ଘୋଷଣା କରି ଗର୍ବ ଅନୁଭବ କରୁଛି। ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଜନ୍ମଦିନ ହେଉଛି ସର୍ବୋତ୍ତମ ଦିନ । ଏହି ସିନେମାକୁ ମୁଁ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେଇଛି। ତିନିବର୍ଷ ଧରି ଏହା ଉପରେ କାମ କରିବାପରେ ସିନେମାର ସୁଟିଂ ଆରମ୍ଭ ପାଇଁ ଶୁଭ ଦିନ ଭାବେ ମହାଶିବରାତ୍ରୀ ପଡ଼ୁଥିବା ମାର୍ଚ୍ଚ ୮ ତାରିଖକୁ ଚୟନ କରିଛି। ମୋତେ ଆପଣମାନଙ୍କ ସ୍ନେହ, ଶୁଭେଚ୍ଛା ଏବଂ ଆଶୀର୍ବାଦ ଲୋଡା। ଓମ୍ ନମଃ ଶିବାୟ।


 

ବିଜେଡି କର୍ମୀଙ୍କ
ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ
ଅର୍ଗସ ବ୍ୟୁରୋ: ଭୋଟ ପୂର୍ବରୁ ଗଞ୍ଜାମରେ ନିର୍ବାଚନୀ ହିଂସା । ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ । ପୋଷ୍ଟର ମରାକୁ କେନ୍ଦ୍ରକରି ଆକ୍ରମଣ କରିଛନ୍ତ
ଆଜି ମାତୃ ଦିବସ
ଆଜି ମାତୃ ଦିବସ: ନିଃସର୍ତ୍ତ ମମତା ଓ ତ୍ୟାଗର ପ୍ରତୀକ ମା’ଙ୍କୁ ମାତୃଦିବସର ଶୁଭେଚ୍ଛା
ଅର୍ଗସ ବ୍ୟୁରୋ: ଆଜି ମାତୃ ଦିବସ, ମା’ଙ୍କ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେକଟି ମଣିଷ ଏହି ଦିବସକୁ ବେଶ ସହକାର ସହ ପାଳନ କରୁଛନ୍ତି । ଦୁନିଆରେ ଚଳନ୍ତି ପ୍ରତିମା ହେଉଛନ୍ତ
ରାଜଧାନୀରେ ଗତ
ରାଜଧାନୀରେ ଗତ ରାତିରେ ବିଜୁଳି, ଘଡଘଡି, ପବନ ସାଙ୍ଗକୁ ଅତିପ୍ରବଳ ବର୍ଷା
ଅର୍ଗସ ବ୍ୟୁରୋ: ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍