ପୁଅ ଅକାୟ କୋହଲିଙ୍କୁ ନେଇ ଭାରତ ଆସିଲେ ଅନୁଷ୍କା
by Argus News
Wed, Apr 17 | 3:33 p.m.

ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଆଇପିଲରେ ବ୍ୟସ୍ତ ଅଛନ୍ତି। ଆରସିବି ପକ୍ଷରୁ ବିରାଟ ଖେଳୁଛନ୍ତି। କୋହଲି ଏବଂ ଅନୁଷ୍କା ଚଳିତ ବର୍ଷ ଫେବୃୟାରୀରେ ଦ୍ବିତୀୟ ସନ୍ତାନର ପିତା ମାତା ହୋଇଛନ୍ତି। ଅନୁଷ୍କା ତାଙ୍କ ଦ୍ବିତୀୟ ସନ୍ତାନକୁ ଲଣ୍ଡନରେ ଜନ୍ମ ଦେଇଛନ୍ତି। ଯେତେବେଳେ ପୁଅ ଜନ୍ମ ହେଲା ବିରାଟଙ୍କ ଫ୍ୟାନମାନେ ବହୁତ ଖୁସି ହେବା ସହ ଶୁଭେଚ୍ଛା ଜଣାଇଥିଲେ। କୋହଲି ଏବଂ ଅନୁଷ୍କା ତାଙ୍କ ପୁଅ ନାଁ ଅକାୟ ରଖିଥିଲେ। ଏବେ ପୁଅକୁ ଧରି ଅନୁଷ୍କା ଲଣ୍ଡନରୁ ଫେରିଛନ୍ତି।

ଏୟାରପୋର୍ଟରେ ଅନୁଷ୍କା ପୁଅର ଝଲକ ଫ୍ୟାନଙ୍କୁ ଦେଖାଇଥିଲେ। କିନ୍ତୁ ପୁଅ ଅକାୟର ଫଟୋ ନ ଉଠାଇବାକୁ ନିବେଦନ କରିଥିଲେ। ପୂର୍ବରୁ ଅନୁଷ୍କା ତାଙ୍କ ଝିଅ ଭାମିକାର ଫଟୋ ମଧ୍ୟ ସାର୍ବଜିନକ ଭାବେ ପ୍ରକାଶ କରିନାହାନ୍ତି। ଅନୁଷ୍କା ଫ୍ୟାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଫଟୋ କ୍ଲିକ କରିବାକୁ ମୁଁ ନିଜେ ଆପଣଙ୍କ ସାମ୍ନାକୁ ଆସିବି। କିନ୍ତୁ ପୁଅ ସହ ଦୟାକରି ଫଟୋ କ୍ଲିକ କରନ୍ତୁ ନାହିଁ ।

ସୂଚନା ଥାଉ କି, ଫେବୃୟାରୀ ୧୫ ତାରିଖରେ ଉଭୟ ବିରାଟ ଏବଂ ଅନୁଷ୍କା ଦ୍ବିତୀୟଥର ପାଇଁ ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ। ଭାମିକାର ଛୋଟ ଭାଇକୁ ଦୁନିଆକୁ ସ୍ବାଗତ ବୋଲି ଇନଷ୍ଟାରେ ପୋଷ୍ଟ କରିଥିଲେ। ତେବେ ବିରାଟ ଏବଂ ଅନୁଷ୍କା ୨୦୧୭ ମସିହା ଡିସେମ୍ବର ମାସରେ ଉଭୟ ପରିବାର ଏବଂ କ୍ଲୋଜ ଫ୍ରେଣ୍ଡସଙ୍କ ଉପସ୍ଥିତିରେ ବିବାହ କରିଥିଲେ।  

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ACCIDENT
19m ago
କଟକ ବାଲିକୁଦା ଛକରେ ଭୟଙ୍କର ଦୁର୍ଘଟଣା
କଟକ: କଟକ ବାଲିକୁଦା ଛକରେ ଦୁର୍ଘଟଣା । ଏନ୍ଏଚ୍- ୧୬ ସଦର ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟିକୁ ପିଟିଲା ଟ୍ରକ୍ । ସ୍କୁଟିରେ ଦୁଇ ଯୁବକ ଯାଉଥିବାବେଳ
ACCIDENT
28m ago
ନାବାଳକଙ୍କ ବେପରୁଆ ଗାଡି ଚାଳନା, ୨ମୃତ
ଅର୍ଗସ ବ୍ୟୁରୋ: ପୁନେରେ ନାବାଳକଙ୍କ ବେପରୁଆ ଗାଡିଚାଳନା ଘଟଣାରେ ତଦନ୍ତ କରୁଛି ପୋଲିସ । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥିସହ ବିଭିନ୍
HOROSCOPE
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ