୫ ବର୍ଷରେ ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ଅପରାଜିତା 
by Argus News
Tue, Feb 13 | 1:12 p.m.

ଭୁବନେଶ୍ୱର: ୫ ବର୍ଷର ରିପୋର୍ଟ୍ କାର୍ଡ ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୫ ବର୍ଷରେ ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ଅପରାଜିତା। ସମୁଦାୟ ୧୪ ହଜାର ୩୧୭ ଅଭିଯୋଗରୁ ୧୨ ହଜାର ୫୯୮ ଅଭିଯୋଗର ସାମଧାନ କରିଛନ୍ତି ସାଂସଦ। ୫ ବର୍ଷରେ ୭୯୧୬ କୋଟି ଟଙ୍କାର ପ୍ରକଳ୍ପ କାମ ଅନୁମୋଦନ ହୋଇଛି। ସାଂସଦ ପାଣ୍ଠିରୁ ୧୭ କୋଟି, ଜାତୀୟ ରାଜପଥ ରେ ୬୪୧୦ କୋଟି, ପାଇପ ଯୋଗେ ପାନେୟ ଜଳ ୧୦୬୮ କୋଟି, ରେଳ ବିଭାଗରେ ୩୭୩ କୋଟି ଟଙ୍କାର ପ୍ରକଳ୍ପ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ରେ ସରିବ ହଂସପାଳ ଓଭରବ୍ରିଜ କାମ। ୭୨୩୦ ଟି ସୋଲାର ଲାଇଟ ଲାଗିଛି। ୪୬୧ ଟି ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି।

୫୦୮ କୋଟି ବ୍ୟୟରେ ୧୦ଟି ଫ୍ଲାଏ ଓଭର ଓ ୪ଟି  ଫୁଟ ଓଭାରବ୍ରିଜ ହୋଇଛି। ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଜରିଆରେ ୧୩୭ ଜଣ ରୋଗୀଙ୍କୁ ୩ କୋଟି ୩୨ ଲକ୍ଷ ପ୍ରଦାନ କରିଛି। ସେହିପରି ଜଟଣୀ ଠାରେ ରେଳ ଓଭରବ୍ରିଜ ସ୍ଥାପନ। ଭୁବନେଶ୍ୱର ମନ୍ଦିର ଓ ପ୍ରାକୃତିକ ଐତିହ ସୁରକ୍ଷା ପାଇଁ ୧୦ କୋଟିର ଅନୁଦାନ। ସେହିପରି କପିଳେଶ୍ୱର ମହାଦେବ ମନ୍ଦିରକୁ ଏଏସ ଆଇ ସୂଚୀରେ ଆଣିବା। ବାଲିଅନ୍ତା । ବାଲିପାଟଣା ଅଞ୍ଚଳରେ ବେଆଇନ ବାଲି । ଭରସା ନାମକ ଏକ ସ୍ବତନ୍ତ୍ର ପାଣ୍ଠି ଦ୍ଵାରା ୯୭୨ ଜଣଙ୍କୁ ୩୪ ଲକ୍ଷ ୪୦ ହଜାରର ସହାୟତା। ସେହିପରି ସଂସଦରେ ୩୪ଟି ବିତର୍କ ରେ ସକ୍ରିୟ ଭାବେ ଭାଗା ନେଇଛି। ୧୧୨ ୱାର୍ଡ, ୧୫୬ ଗ୍ରାମ ପଞ୍ଚାୟତ ଏବଂ ୧୦୦୧ ଗାଁରେ ବୁଲି ପଦଯାତ୍ରା ଓ ସାଧାରଣ ସଭା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି