ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ...
by Argus News
Thu, May 09 | 7:18 p.m.

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡିଶାର ମହାନ୍ ପର୍ବ ଅକ୍ଷୟ ତୃତୀୟା । ଏହି ପର୍ବର ରହିଛି ଅନେକ ମହତ୍ତ୍ଵ। ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । ଏହି ଅକ୍ଷୟ ତୃତୀୟାରେ କିପରି କରିବେ ମା ମହାଲକ୍ଷ୍ମୀଙ୍କୁ ଶାନ୍ତି ? ଏଥିପାଇଁ ମଧ୍ୟ ବିଭିନ୍ନ ଉପାୟ କରିବାକୁ ହେବ । କିନ୍ତୁ  ତୁଳସୀ ଗଛ ସହ ଜଡିତ ଏହି ଭୁଲ କରନ୍ତୁ ନାହିଁ କରିଲେ ମା ମହାଲକ୍ଷ୍ମୀଙ୍କ କୋପ ପଡିବ । ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା କଣ କଲେ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ । 
ଏହି ବର୍ଷ ଅକ୍ଷୟ ତୃତୀୟା ୧୦ ମେ ଶୁକ୍ରବାର ଅର୍ଥାତ ଆସନ୍ତକାଲି ପଡୁଛି । ହିନ୍ଦୁ ଶାସ୍ତ୍ରନୁସାରେ, ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ପକ୍ଷରେ ଏହି ପବିତ୍ର ଅକ୍ଷୟ ତୃତୀୟାର ପର୍ବ ପାଳନ କରାଯାଏ । ଜ୍ୟୋତିଷ ମାନେ ଏହି ଦିନ ମତ ଦିଅନ୍ତି ଯେ, ଏହି ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ସହ ଜଡିତ କୌଣସି ଭୁଲ କରିବା ଉଚିତ୍ ନୁହେଁ । 
 ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଉପାସନା କରାଯାଉଥିବାରୁ ଏହି ଦିନ ଭୁଲରେ ବି ତୁଳସୀ ଗଛର ପତ୍ରକୁ ତୋଳାଯାଇନଥାଏ । କାରଣ ଶାସ୍ତ୍ର କୁହେ ତୁଳସୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ସେଥିପାଇଁ ତୁଳସୀ ଗଛକୁ ଯତ୍ନ ସହକାରେ ପୂଜା କରାଯାଏ । ଏହି ଦିନ ଅସନା ବା ମଇଳା ହାତରେ ତୁଳସୀ ଗଛକୁ ଛୁଇଁବା ବି ଭୁଲ ବୋଲି ମନେ କରାଯାଏ । ଏହା ସହ ନ ଗାଧୋଇ ତୁଳସୀ ଗଛରେ ପାଣି ଦେବା ବି ଉଚିତ ନଥାଏ । ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ପାଖରେ କୌଣସି ଅଳିଆ ଆବର୍ଜନା ରଖାଯାଇନଥାଏ । ଏହା ସହ ଜୋତା ଚପଲ ରଖିବାକୁ ବାରଣ କରାଯାଇଥାଏ । 

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର 
ହିନ୍ଦୁ ଶାସ୍ତ୍ର କୁହେ କୌଣସି ଶୁଭ କର୍ମରେ କଳା ରଙ୍ଗର ପୋଷାକ ପିନ୍ଧିବା ଠିକ୍ ନୁହେଁ । ଏହି ଅକ୍ଷୟ ତୃତୀୟା ଦିନ ତୁଳସୀ ମା'ଙ୍କୁ ସ୍ଵଚ୍ଛ ଓ ଶୁଦ୍ଧ ରଙ୍ଗର ପୋଷାକ ପିନ୍ଧିବା ଠିକ୍ ହୋଇଥାଏ । ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପ୍ରସାଦରେ ସର୍ବଦା ତୁଳସୀର ପ୍ରୟୋଗ କରାଯାଏ । ଏହି ଦିନ ମଧ୍ୟ ପ୍ରସାଦରେ ତୁଳସୀର ବ୍ୟବହାର କରିବା ଉଚିତ୍ ହେଇଥାଏ । 
ଏହା ସହ  ଅକ୍ଷୟ ତୃତୀୟାରେ ମହିଳା ମାନେ ସ୍ଵଚ୍ଛ ମନରେ ତୁଳସୀ ମା'ଙ୍କ ପୂଜା କରିବା ଦ୍ଵାରା ଘରେ ଧନଧାନ୍ୟର ବୃଦ୍ଧି ଘଟିଥାଏ । ଏହି ସବୁ ଉପାୟକରିବା ଦ୍ଵାରା ଅକ୍ଷୟ ତୃତୀୟାରେ  ଭଗବାନ ବିଷ୍ଣୁ ଓ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । 
 

ଅମିତ ଶାହ
11m ago
ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି ଅମିତ ଶାହ , ବିଶାଳ ଜନସଭାକୁ କରିବେ ସମ୍ବୋଧନ
ଢେଙ୍କାନାଳ : ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଜନସଭାକୁ କରିବେ ସମ୍ବୋଧନ |ତେବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗା
ମତଦାନ
15m ago
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର
ପଞ୍ଚମ ପର୍ଯ୍ୟାୟ
29m ago
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କଲେ ବଲିଉଡ ସେଲିବ୍ରିଟି
ଅର୍ଗସ ବ୍ୟୁରୋ: ଆଜି ସକାଳୁ ପଞ୍ଚମ ପର୍ଯ୍ୟାନ ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟ୍‌ ଦେଉଛି ଦେଶ। ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକ