ଆପଣ କାଡବରି ଚକୋଲେଟ ଖାଉଛନ୍ତି କି...ସାବଧାନ
by Argus News
Mon, Feb 12 | 8:39 p.m.

ଅର୍ଗସ ବ୍ୟୁରୋ: ଚକୋଲେଟ୍ କାହାକୁ ବା ନପସନ୍ଦ । ଖାସ୍ କରି ଦାମୀ ଚକୋଲେଟ ଉପରେ ସମସ୍ତଙ୍କର ଅଧିକ ଲୋଭ ଥାଏ। କାରଣ ଏବେ ଭାଲେଣ୍ଟାଇନ ଓ୍ବିକ ଚାଲିଛି। ତ ଚକୋଲୋଟର ଡିମାଣ୍ଡ କାହିଁରେ କଣ। କିନ୍ତୁ ଏହି ଦାମୀ ଚକୋଲେଟରୁ ବାହାରିଛି ସାଲୁବାଲୁ ପୋକ। ଆପଣଙ୍କୁ ବି ଶୁଣିଲେ ସକ୍‌ ଲାଗୁଛି ନା। କିନ୍ତୁ କଥାଟା ସତ। କ୍ୟାଡବରି ଚକୋଲେଟରେ କୃମି ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ହାଇଦ୍ରାବାଦରେ ରବୀନ ନାମକ ଜଣେ ବ୍ୟକ୍ତି ଚକୋଲେଟ୍ କିଣିଥିଲେ । ଆଉ ଚକୋଲେଟ ଜରି ଖୋଲିବା ପରେ ହଠାତ ଦେଖିଥିଲେ ସାଲୁବାଲୁ ହୋଇ କୃମିପୋକ ଗୁଡ଼ିକ ଚୋକୋଲେଟ ଉପରେ ରହିଛି। 

ରବୀନ ହାଇଦ୍ରାବାଦର ଆମୀରପେଟ ଷ୍ଟେସନ ନିକଟରେ ଥିବା ଏକ ଦୋକାନରୁ ଏହି ଚକୋଲେଟ୍ କିଣିଥିଲେ । ଯାହାର ଦାମ ୪୫ ଟଙ୍କା ରହିଥିବା ବିଲରେ ଉଲ୍ଲେଖ ରହିଛି । ଏହାକୁ ନେଇ ରବୀନ ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ କ୍ୟାଡବରିକୁ ଜବାବ ମାଗିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ନେଇ ରବିନ୍ ଜାକ୍ୟୁସ୍ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଭାଇରାଲ୍ ହୋଇଛି। ଜାକିସଙ୍କ ଏହି ପୋଷ୍ଟ ଶୀଘ୍ର ଭାଇରାଲ ହେବା ସହ ଯୁଜର୍ସମାନେ କାଡବରୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। 

ଅନ୍ୟ ଜଣେ ଉପଭୋକ୍ତା ଚକୋଲେଟରେ ଡବଲ୍-ରାପିଙ୍ଗ୍ ଯାଞ୍ଚର ଗୁରୁତ୍ୱକୁ ହାଇଲାଇଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ଡବଲ୍-ରାପିଙ୍ଗର ହେଉ ନ ଥିବାରୁ କି ଚକୋଲେଟର ଏକ୍ସାପାରୀ ଡେଟ ପଳାଇଥିବାରୁ ଏଭଳି ହୋଇଥାଇପାରେ ଲୋକେ ମତ ଦେଇଛନ୍ତି।  କୌଣସି food item କିଣିବା ପୂର୍ବରୁ ଏହାର ଏକ୍ସାପାରୀ ଡେଟ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ପରେ କ୍ୟାଡବରି ଏପରି ଅବ୍ୟବସ୍ଥା ପାଇଁ କ୍ଷମା ପ୍ରାର୍ଥନା କରିଛି। ତେବେ ଆପଣ ଆଉ ଚକୋଲେଟ ଖାଇବେ ନା ନାହିଁ ଆମକୁ ନିଶ୍ଚିତ କମେଣ୍ଟ କରନ୍ତୁ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ