ପିଲାଙ୍କୁ ଦେଉଛନ୍ତି କି ସେରେଲାକ.... ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
by Argus News
Thu, Apr 18 | 6:28 p.m.

ଅର୍ଗସ ବ୍ୟୁରୋ: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ତେବେ ଚିନ୍ତାର କଥା ହେଉଛି, ଏହା ଇଂଲଣ୍ଡ ଜର୍ମାନୀ ସ୍ୱିଜରଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ବିକଶିତ ଦେଶରେ ଚିନିମୁକ୍ତ ଅଟେ। ତେବେ ଭାରତକୁ ଆସୁଥିବା ଦ୍ରବ୍ୟରେ ଅଧିକ ୩ ଗ୍ରାମ୍‌ ଚିନି ରହୁଥିବା ରିପୋର୍ଟରୁ ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ସର୍ବବୃହତ୍ତ ଉପଭୋକ୍ତା ସାମଗ୍ରୀ କମ୍ପାନୀ ନେଷ୍ଟ୍‌ଲେ ବିଭିନ୍ନ ଦେଶରେ ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦନରେ ଚିନି ଏବଂ ମହୁ ମିଶାଇଥାଏ, ଯାହା ମେଦବହୁଳତା ଏବଂ ଭିନ୍ନ ଭିନ୍ନ ରୋଗ ସୃଷ୍ଟିକାରୀ। ଏହା ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନ କେବଳ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ଦେଖିବାକୁ ମିଳିଛି।

ତେବେ, ନେସଲେ ଇଣ୍ଡିଆ ଲିମିଟେଡର ମୁଖପାତ୍ର ଏନଡିଟିଭିକୁ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ ଏହାର ଶିଶୁ ଖାଦ୍ୟ ସାମଗ୍ରୀରେ ଶର୍କରା ପରିମାଣକୁ ୩୦ ହ୍ରାସ କରିଛି ଏବଂ ସେଗୁଡିକୁ ହ୍ରାସ କରିବା ପାଇଁ ଉତ୍ପାଦଗୁଡିକର “ସମୀକ୍ଷା” ଜାରି ରଖିଛି। ଆଉ ଏକ ବିବୃତ୍ତିରେ କୁହାଯାଇଛି ଯେ ଶିଶୁମାନଙ୍କ ପାଇଁ  ଉତ୍ପାଦରେ ପୁଷ୍ଟିକର ଗୁଣରେ କମ୍ପାନୀ ବିଶ୍ବାସ କରେ ଏବଂ ଉଚ୍ଚମାନର ଉପାଦାନ ବ୍ୟବହାରକୁ ପ୍ରାଥମିକତା ଦେଇଥାଏ।
ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ମିଳୁଥିବା ୧୫ ଟି ଯାକ ସେରେଲାକରେ ହାରାହାରି ୩ ଗ୍ରାମ ଚିନି ରହିଥାଏ। ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନରେ ବିନା ଚିନିରେ ମିଳୁଛି।

ଅଧିକ ପଢ଼ନ୍ତୁ ଭାରତ ଖବର 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ